ବଡବିଲ ୧୨।୬: ମୃତ୍ୟୁ ଏମିତି ବି ଆସେ । ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟବର୍ତ୍ତୀ ସୀମାନ୍ତ ଝାଡଖଣ୍ଡ ଜଗନ୍ନାଥପୁର ଥାନା ଅନ୍ତର୍ଗତ ବାୟାହାତୁ ଗ୍ରାମରେ ଏଭଳି ଅଘଟଣ ଘଟିଛି । ସାପ କାମୁଡାରେ ସ୍ଵାମୀ ନନି ଜରାଇ ଓ ସ୍ତ୍ରୀ କବିତା ଜରାଇ ମୃତ୍ୟୁ ହୋଇଛି । ବୁଧବାର ରାତିରେ ଉଭୟ ତଳେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡି ଦେଇଥିଲା । ଗୁରୁବାର ସକାଳୁ ତାଙ୍କ ସଂପର୍କୀୟ ଉଭୟଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
You Can Read:
ଯାଜପୁର ଜିଲ୍ଲାରେ ଡାଇରିଆ ନିୟନ୍ତ୍ରଣରେ ଅଛି, ଡାକ୍ତରଖାନାରେ ରୋଗୀ ଭର୍ତ୍ତି ସଂଖ୍ୟା କମୁଛି