ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | August 10, 2025 IST

BREAKING NEWS

ମାହାଙ୍ଗା ୧୦।୮: ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମରେ ଘଟିଛି ଏଭଳି ଇଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବିଷ ପିଇ ସ୍ବାମୀ ଓ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କଟକ ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପତରାଜପୁର ଗ୍ରାମର ଭରତ ବେହେରା, କନକଲତା ବେହେରା ଉଭୟ ସ୍ବାମୀ-ସ୍ତ୍ରୀ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥାରେ ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ତେବେ ଉଭୟ ବିଷ ପିଇବାର କାରଣ ଅସ୍ପଷ୍ଟ ରହିଛି । 

You Can Read:

ପୁଅ ଭୁଲିଗଲା ମା’ର ମମତା, ସ୍ତ୍ରୀ ସହ ମିଶି ମାଆର ତଣ୍ଟି ଚିପି ମାରିଦେଲା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.