୧୬ ବର୍ଷରୁ କମ ବୟର ପିଲାଙ୍କ ପାଇଁ ବ୍ୟାନ ହେବ ସ୍ମାର୍ଟଫୋନ; ଏହି ୩ ରାଜ୍ୟରେ ଚାଲିଛି ଆଲୋଚନା

NEWS7
couple-arrested-for-loot-case-in-chandabali-of-bhadrak

ବେଙ୍ଗାଲୁରୁ: ନିକଟରେ ଭାରତର ଏଆଇ ସମିଟକୁ ଆସି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୋସିଆଲ୍ ମିଡିଆର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏବଂ ଅନ୍ୟ ଦେଶ ଭଳି ଭାରତରେ ବି ଏହାକୁ ପିଲାଙ୍କ ପାଇଁ ବ୍ୟାନ୍ କରାଯାଉ ବୋଲି ପରାମର୍ଶ ଦେଇଥିଲେ। ଏବେ କର୍ଣ୍ଣାଟକ କଂଗ୍ରେସ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସୋସିଆଲ୍ ମିଡିଆ ନିଶାର ଖରାପ ପ୍ରଭାବକୁ ଦେଖି ୧୬ ବର୍ଷର କମ ବୟସର ପିଲାଙ୍କ ସ୍ମାର୍ଟଫୋନ୍ ବ୍ୟାନ କରିବାକୁ ଚିନ୍ତା କରୁଛନ୍ତି କର୍ଣ୍ଣାଟକର ସିଦ୍ଧରମେୟା ସରକାର।

ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି ଏବଂ କ୍ୟାମ୍ପସରେ ନାବାଳକମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲଗାଯିବା ଉଚିତ କି ନାହିଁ ସେ ବିଷୟରେ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକର ଭାଇସ୍ ଚାନ୍ସେଲରମାନଙ୍କଠାରୁ ମତାମତ ମଗାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି “ଆଜି ଆମେ ଏହା ଉପରେ ଆଲୋଚନା କରୁଛୁ, ଏବଂ ଯେହେତୁ ଆପଣମାନେ ସମସ୍ତେ ଏଠାରେ ଭାଇସଚାନ୍ସେଲର ଅଛଛନ୍ତି, ତେଣୁ ଏନେଇ ମୁଁ ଆପଣଙ୍କ ମତାମତ ଚାହୁଁଛି। ପିଲାମାନେ ନିଶାଦ୍ରବ୍ୟର ଶିକାର ହେଉଛନ୍ତି। ତା’ ଛଡ଼ା, ଅଷ୍ଟ୍ରେଲିଆ ପରି ବିଭିନ୍ନ ଦେଶରେ ବି ଛାତ୍ରମାନଙ୍କ ପାଇଁ ମୋବାଇଲ୍ ଫୋନ୍ ନିଷେଧ କରିବା ପାଇଁ ଆଲୋଚନା ହେଉଛି। ତେଣୁ ମୁଁ ଏହା ଉପରେ ଆପଣଙ୍କର ମତାମତ ଚାହୁଁଛି। ଆମେ ଏହା ଉପରେ ନଜର ରଖିଛୁ।”

ପଢ଼ନ୍ତୁ- ଏଣିକି ମାତ୍ର ୫୫ ମିନିଟରେ ଦିଲ୍ଲୀରୁ ମିରଟ ଯାତ୍ରା, ଟ୍ରାକ୍ରେ ଗଡ଼ିଲା ଦେଶର ସବୁଠୁ ସେମି-ହାଇ-ସ୍ପିଡ୍ ଲୋକାଲ ରାପିଡ୍ ଟ୍ରେନ୍

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୋସିଆଲ ମିଡିଆ ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି ଚେତାବନୀ ଦେଇଛନ୍ତି। ଏବଂ କହିଛନ୍ତି ଯେ ଅତ୍ୟଧିକ ଏକ୍ସପୋଜର ବ୍ୟବହାରକୁ ପ୍ରଭାବିତ କରୁଛି। ଶିକ୍ଷା ରେଜଲ୍ଟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ନିଶା ସେବନ ପ୍ରତି ବିପଦ ମଧ୍ୟ ବୃଦ୍ଧି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, କର୍ଣ୍ଣାଟକର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି/ବିଟି ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ମଧ୍ୟ ଶୁକ୍ରବାର ବିଧାନସଭାରେ ଏନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏବଂ କହିଥିଲେ ଯେ ଆମେ ବିଶେଷକରି ପିଲାମାନଙ୍କ ଦ୍ୱାରା ଏଆଇ ଏବଂ ସୋସିଆଲ ମିଡିଆର ବ୍ୟବହାର ସିମୀତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରୁଛୁ। ଭାରତର ଗୋଆ ଓ ଆନ୍ଧ୍ର ପ୍ରଦେଶର ମଧ୍ୟ ସମାନ ସ୍ଥିତି ନେଇ ଆଲୋଚନା ଚାଲିଛି। ଖୁବ୍ଶୀଘ୍ର ଆନ୍ଧ୍ରପ୍ରଦେଶ ଏନେଇ ଆଇନ ଆଣିପାରେ ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ନାରା ଲୋକେଶ ସୂଚନା ଦେଇଛନ୍ତି।