କେଉଁ ଦେଶ ପାଖରେ କେତେ ଅଛି ପରମାଣୁ ଅସ୍ତ୍ର କେମିତି ଜଣାପଡେ ? ଏହାର କିଏ ରଖେ ହିସାବ ?

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧।୦୫:  ପରମାଣୁ ବୋମାକୁ ନେଇ ଏବେ ବେଶ୍ ଚର୍ଚ୍ଚା । ପାକିସ୍ତାନ ଭାରତକୁ ଦେଇଛି ପରମାଣୁ ବୋମା ଧମକ । କିନ୍ତୁ କେମିତି ଜାଣିବେ ଗୋଟିଏ ଦେଶ ପାଖରେ କେତେ ଅଛି ପରମାଣୁ ଅସ୍ତ୍ର ?  ଏହାର କିଏ ରଖେ ହିସାବ ? 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଆମେରିକା ଜାପାନର ହିରୋସିମା ଏବଂ ନାଗାସାକିରେ ଦୁଇଟି ପରମାଣୁ ବୋମା ପକାଇଥିଲା। ଏଥିରେ ଜାପାନର ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଷ୍ଟକ୍‌ହୋମ୍‌ ରିପୋର୍ଟ ଅନୁଯାୟୀ ବିଶ୍ୱର ଅନେକ ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି । ଏହାର ନିର୍ମାଣ ଠାରୁ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ମୋଟା ଅଙ୍କର ହୋଇଥାଏ ଖର୍ଚ୍ଚ । 

ବର୍ତ୍ତମାନ ସୁଦ୍ଧା ବିଶ୍ୱର ୯ଟି ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ର । ଏହି୯ଟି ଦେଶ ମଧ୍ୟରେ ରୁଷ, ଆମେରିକା, ଚୀନ୍, ଭାରତ, ପାକିସ୍ତାନ, ଫ୍ରାନ୍ସ, ୟୁକେ, ଫ୍ରାନ୍ସ, ଇସ୍ରାଏଲ ଏବଂ ଉତ୍ତର କୋରିଆ ସାମିଲ ରହିଛି । ବାସ୍ତବରେ ସବୁ ଦେଶ ପରମାଣୁ ଅସ୍ତ୍ରର ହିସାବ ଆନ୍ତର୍ଜାତୀୟ ସଂଗଠନକୁ ଦେବାକୁ ପଡିଥାଏ । ଅସ୍ତ୍ରଶସ୍ତ୍ରର ସୂଚନା ରଖିବା ପାଇଁ ଜାତିସଂଘର ରହିଛି ଏକ ପ୍ରମୁଖ ସଂଗଠନ।

ଜାତିସଂଘ ପାଖରେ ସବୁ ଦେଶର ପାରମ୍ପରିକ ଅସ୍ତ୍ରଶସ୍ତ୍ରର ଏକ ସମ୍ପୂର୍ଣ୍ଣ ତାଲିକା ଅଛି । ଏହାବ୍ୟତୀତ ଜାତିସଂଘ ରାସାୟନିକ ଅସ୍ତ୍ରର ସୂଚନା ରଖିଥାଏ ।  ତେବେ ଆର୍ମ କଣ୍ଟ୍ରୋଲ୍ ଆସୋସିଏସନ୍ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ କାମ କରିଥାଏ କରିଥାଏ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ପ୍ରଦାନ କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.