Year end 2025 ; କିଏ ଲୁଚିଛପି ତ ଆଉ କିଏ କରିଛନ୍ତି ଗ୍ରାଣ୍ଡ୍ ୱେଡିଂ, ଚର୍ଚ୍ଚାରେ ରହିଥିଲା ଏହି ସେଲିବ୍ରିଟିଙ୍କ ବିବାହ

NEWS7
controversy-erupted-over-rahul-gandhi-being-seated-in-the-fourth-row

ମୁମ୍ଵାଇ ୧୫।୧୨; ବିଦାୟ ନେବ ୨୦୨୫ । ଆଉ ମାତ୍ର କିଛି ଦିନ ବାକି । ପୁଣି ନୂଆ ଆଶା ନୂଆ ଉଦ୍ଦୀପନା ସହ ଆସିବ ୨୦୨୬ । ଯାହାକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ । ଏହିପରି ଏହି ବର୍ଷ(୨୦୨୫) ସେଲିବ୍ରିଟିଙ୍କ ପାଇଁ ବି କିଛି ରହିଥିଲା ଏମିତି, ନୂଆ ଆଶା ସହ ଉଦ୍ଦୀପନା ନେଇ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ ସେଲିବ୍ରିଟି । ପାଇଥିଲେ ନିଜ ମନର ମଣିଷ ଆଉ ସାଜିଥିଲେ ସାତ ଜନ୍ମର ସାଥୀ । ବଲିଉଡର ଅନେକ ତାରକା ଜୀବନ ସାଥୀ ପାଇ ନୂଆ ଜୀବନ ଆରମ୍ଭ କରିଥିଲେ । ହେଲେ କିଏ ସିକ୍ରେଟଲି ତା ଆଉ କି ଗ୍ରାଣ୍ଡ ଅନ୍ଦାଜ୍‌ରେ ।  ତେବେ, ଆସନ୍ତୁ ନଜର ପକାଇବା ଏହି ବର୍ଷ ହୋଇଥିବା ସେଲିବ୍ରିଟି ବିବାହ ଉପରେ

ସାମନ୍ଥା ରୁଥ ପ୍ରଭୁ-ରାଜ ନିଦିମୋରୁ

'ଦ ଫ୍ୟାମିଲି ମ୍ୟାନ୍' ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି ସାମନ୍ଥା ରୁଥ ପ୍ରଭୁ । ଚଳିତ ବର୍ଷ ଡିସେମ୍ୱର ୧ ସିକ୍ରେଟ୍‌ଲି ବିବାହ କରି ସମସ୍ତଙ୍କ ସରପ୍ରାଇଜ ଦେଇଥିଲେ ଉଭୟ । କୋଏମ୍ବାତୁରର ଇଶା ଯୋଗ କେନ୍ଦ୍ରରେ ଏକ ଗୁପ୍ତ ସମାରୋହରେ ବିବାହ କରିଥିଲେ । 'ଦ ଫ୍ୟାମିଲି ମ୍ୟାନ୍' ୱେବ୍ ସିରିଜ୍ ସମୟରେ ସାମନ୍ଥାଙ୍କୁ ଭେଟିଥିଲେ ରାଜ । ଏହା ପରେ, ଦୁହେଁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ସାମନ୍ଥା ଏବଂ ରାଜ ତାଙ୍କ ରିଲେଶନସିପ୍ ବିଷୟରେ ମୁହଁ ଖୋଲିନଥିଲେ । ପରେ ଦୁହେଁ ହଠାତ୍‌ ବିବାହ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । କହିବାକୁ ଗଲେ ଏହା ଉଭୟଙ୍କର ଦ୍ୱିତୀୟ ବିବାହ । ସାମନ୍ଥା ପୂର୍ବରୁ ନାଗାଙ୍କୁ ଓ ରାଜ ଶ୍ୟାମଳିଙ୍କୁ ବିବାହ କରିଥିଲେ ।

ଅଖିଳ ଆକ୍କିନେନି ଏବଂ ଜୈନବ ରାଭଦାଜୀ

ଦକ୍ଷିଣ ସିନେମାର ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଭିନେତା ଅଖିଳ ଆକ୍କିନେନି। ଜୁନ୍ ୬ ତାରିଖରେ ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ସମାରୋହରେ ବ୍ୟବସାୟୀ ଜୈନବଙ୍କୁ ବିବାହ କରିଥିଲେ। ଏହା ଏକ ସରଳ ବିବାହ ଥିଲା । ଯେଉଁଥିରେ ନିକଟତର ବନ୍ଧୁ ଓ ପରିବାର ସଦସ୍ୟ ଇଣ୍ଡଷ୍ଟ୍ରିର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ହିନା ଖାନ-ରକି ଜସ୍‌ୱାଲ

୫ ଜୁନ, ୨୦୨୫ରେ ରକି ଜୟସୱାଲଙ୍କୁ ବିବାହ କରିଥିଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ । ରକି ଜୟସୱାଲଙ୍କ ପ୍ରକୃତ ନାମ ଜୟନ୍ତ ଜୟସୱାଲ। ସେ ଜଣେ ଜଣାଶୁଣା ଟେଲିଭିଜନ ପ୍ରଯୋଜକ ଏବଂ ବ୍ୟବସାୟୀ। ସେ ଅନେକ ଟିଭି ଶୋ’ରେ ପରଦା ପଛରେ ରହି କାମ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି । ହିନାଙ୍କ ସହ ତାଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିଲେ । । ହିନାଙ୍କ ସହ ତାଙ୍କର ପ୍ରେମ କାହାଣୀ 'ୟେ ରିସ୍ତ କ୍ୟା କେହଲାତା ହେ' ସେଟ୍‌ରେ ଆରମ୍ଭ ହୋଇଥିଲା । ସମୟ ସହ ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା ଏବଂ ଏହି ଦମ୍ପତି ୨୦୧୭ ନିଜ ଲଭ ଲାଇଫ୍‌କୁ କନଫର୍ମ କରିଥିଲେ ।

ପ୍ରତୀକ ବବର ଏବଂ ପ୍ରିୟା ବାନାର୍ଜୀ

ପ୍ରତୀକ ବବର -ପ୍ରିୟା ବାନାର୍ଜୀ ୧୪ ଫେବୃୟାରୀରେ ବିବାହ କରିଥିଲେ । ବିବାହ ପ୍ରତୀକଙ୍କ ସ୍ୱର୍ଗତ ମା' ସ୍ମିତା ପାଟିଲଙ୍କ ବାନ୍ଦ୍ରାସ୍ଥିତ ଘରେ ଏକ ବ୍ୟକ୍ତିଗତ ଉତ୍ସବରେ ଅନୁଷ୍ଠିତ ହୋଇଥିଲା। ଅଭିନେତା ତାଙ୍କ ବାପା ରାଜ ବବର ଏବଂ ତାଙ୍କ ଭାଇଭଉଣୀମାନଙ୍କୁ ନିମନ୍ତ୍ରଣ କରିନଥିଲେ, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେମାନଙ୍କ ବିବାହ  ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଦର୍ଶନ ରାୱଲ ଏବଂ ଧରାଲ ସୁରେଲିଆ

ଲୋକପ୍ରିୟ ଭାରତୀୟ ଗାୟକ ଦର୍ଶନ ରାଭାଲ । ତାଙ୍କ ଗର୍ଲଫ୍ରେଣ୍ଡ ଧରାଲଙ୍କ ସହ ଜାନୁଆରୀ ୧୮ରେ, ବିବାହ କରିଥିଲେ। ଯାହା ଏକ ପ୍ରାଇଭେଟ୍ ୱେଡିଂ ଥିଲା , ଯେଉଁଥିରେ କେବଳ ନିକଟତମ ପରିବାର ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ। ଦର୍ଶନ ଏବଂ ଧରାଲ ସେମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ସେୟାର କରି କ୍ୟାପସନ ଦେଇଥିଲେ, "ସବୁଦିନ ପାଇଁ ମୋର ସବୁଠାରୁ ଭଲ ବନ୍ଧୁ।" କିନ୍ତୁ, ଏହି ପୋଷ୍ଟଟି ଆଉ ସେମାନଙ୍କ ଇନଷ୍ଟାଗ୍ରାମ ଏବେ ଉପଲବ୍ଧ ନାହିଁ।

ଅରମାନ ମଲିକ-ଆଶନା ଶ୍ରଫ୍‌

ଦୀର୍ଘ ୬ ବର୍ଷର ଡେଟିଂ ପରେ ଲୋକପ୍ରିୟ ଗାୟକ ଅରମାନ ମଲିକ ୨ ଜାନୁଆରୀ ୨୦୨୫ରେ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କୁ ବିବାହ କରିଥିଲେ । ହିନ୍ଦୀ ବ୍ୟତୀତ ଅରମାନ ତେଲୁଗୁ, ଇଂରାଜୀ, ବଙ୍ଗାଳୀ, କନ୍ନଡ଼, ମରାଠୀ, ତାମିଲ, ଗୁଜୁରାଟୀ, ପଞ୍ଜାବୀ, ଉର୍ଦ୍ଦୁ ଏବଂ ମାଲାୟାଲମ ଭଳି ଭାଷାରେ ଗୀତ ଗାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ।  ସେପଟେ ଅର୍‌ମାନଙ୍କ ଗାର୍ଲଫ୍ରେଣ୍ଡ ଆଶନା ଶ୍ରଫ ଜଣେ ଭାରତୀୟ ଫ୍ୟାଶନ ଇନଫ୍ଲୁଏନ୍ସର, ବ୍ଲଗର ଏବଂ ଜଣେ ୟୁଟ୍ୟୁବର ମଧ୍ୟ । ଆଶନାଙ୍କୁ ଭାରତରେ କସ୍ମୋପୋଲିଟନ ଲଗ୍ଜରୀ ଫ୍ୟାଶନ ଅଫ୍‌ ଦ ଇୟର ୨୦୨୩ ଭାବେ ପୁରସ୍କୃତ ମଧ୍ୟ କରାଯାଇଥିଲା ।

ଆଦର ଜୈନ-ଆଲେଖା ଆଡଭାନୀ​​​​​​​

୨୧ ଫେବୃଆରୀ କିମ୍ବଦନ୍ତୀ ରାଜ କପୁରଙ୍କ ନାତି ଏବଂ ଅଭିନେତା ଆଦର ଜୈନ ମୁମ୍ବାଇରେ ଅଲେଖା ଆଡଭାନୀଙ୍କୁ ବିବାହ କରିଥିଲେ । ଏକ ବିଳାସପୂର୍ଣ୍ଣ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କପୁର ପରିବାରର ସମସ୍ତ ସଦ୍ୟ ସାମିଲ ଥିଲେ । ଏହା ବ୍ୟତୀତ ଆଦର ତାରାଙ୍କ ସହ ବ୍ରେକ୍‌ଅପକୁ ନେଇ ଚର୍ଚ୍ଚାରେ ଥିଲେ ।

ସାରା ଖାନ-କ୍ରିସ୍‌ ପାଠକ

ଚଳିତ ବର୍ଷ ଲୋକପ୍ରିୟ ଟିଭି ଅଭିନେତ୍ରୀ ଏବଂ ବିଗ୍ ବସ୍ ୪ ଫେମ୍ ସାରା ଖାନ । ଦୀର୍ଘ ସମୟ ପରେ ସେ କ୍ରିସ ପାଠକଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି । ଅକ୍ଟୋବର ୬ ତାରିଖରେ କୋର୍ଟ ମ୍ୟାରେଜ୍ ହୋଇଥିଲା, ପରେ ପାରମ୍ପିରକ ନୀତିରେ ସାରା ବିବାହ କରିଛନ୍ତି । ସାରା ପ୍ରଥମ ବିବାହ ୨୦୧୦ ମସିହାରେ ଅଲି ମର୍ଚ୍ଚାଣ୍ଟଙ୍କୁ କରିଥିଲେ । ହେଲେ ଏହି ସମ୍ପର୍କ ଅଧିକ ସମୟ ରହିଲା ନାହିଁ ଏବଂ ଶୋ’ରୁ ବାହାରିବା ପରେ ୨ ମାସ ମଧ୍ୟରେ ସେମାନେ ଛାଡପତ୍ର ହୋଇଯାଇଥିଲା । ୧୪ ବର୍ଷ ପରେ ସାରା ସାରା ପୁଣି ଥରେ ବିବାହ କରିଛନ୍ତି । ସାରା ଏବଂ କ୍ରିସ ହିନ୍ଦୁ ଏବଂ ମୁସଲିମ ଉଭୟ ରୀତିନୀତି ଅନୁସାରେ ବିବାହ କରିଛନ୍ତି । କ୍ରିସ ହେଉଛନ୍ତି ଅଭିନେତା ସୁନୀଲ ଲାହିରୀଙ୍କ ପୁଅ, ଯିଏ ରାମାନନ୍ଦ ସାଗରଙ୍କ ଦ୍ୱାରା ୧୯୮୦ ଦଶକର ଲୋକପ୍ରିୟ ଟେଲିଭିଜନ ଶୋ' ରାମାୟଣରେ ଲକ୍ଷ୍ମଣ ଭୂମିକା ପାଇଁ ଜଣାଶୁଣା ।

ଅବିକା ଗୋର -ମିଲିନ୍ଦ ଚାନ୍ଦୱାନୀ

"ବାଲିକା ବଧୂ" ଫେମ୍ ଅଭିନେତ୍ରୀ ଅବିକା ଗୋର । ବର୍ଷ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ, ମିଲିନ୍ଦ ଚାନ୍ଦୱାନୀଙ୍କୁ ସେପ୍ଟେମ୍ବର ୩୦ରେ ରିଆଲିଟି ଶୋ 'ପତି, ପତ୍ନୀ ଔର ପଙ୍ଗା' ସେଟରେ ବିବାହ କରିଥିଲେ। ଅବିକା ଦକ୍ଷିଣ ସିନେମାରେ ଅନେକ ଫିଲ୍ମରେ ଅଭିନୟ କରିଥିବା ବେଳେ ମିଲିନ୍ଦ ଜଣେ ବ୍ୟବସାୟ ଅଟନ୍ତି ।

ପ୍ରଜକ୍ତା କୋଲି ଏବଂ ବୃଷଙ୍କ ଖାନଲ

ଡିଜିଟାଲ୍ କଣ୍ଟେଣ୍ଟ ନିର୍ମାତାରୁ ଅଭିନେତ୍ରୀ ପାଲଟିଥିବା ପ୍ରଜକ୍ତା କୋଲି ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରେ ଲଙ୍ଗ ଟାଇମ ବୟଫ୍ରେଣ୍ଡ ବୃଷଙ୍କଙ୍କୁ ବିବାହ କରିଥିଲେ। "ମିସମ୍ୟାଚ୍" ଅଭିନେତ୍ରୀ ମହାରାଷ୍ଟ୍ରର କରଜତରେ ଏକ ପ୍ରାଇଭେଟ୍‌ ୱେଡିଂ କରିଥିଲେ। ଏହି ଦମ୍ପତି ୧୩ ବର୍ଷ ଧରି ଡେଟ୍ କରିଥିଲେ। ବିବାହ ପାଇଁ, ସେ ଅନିତା ଡୋଙ୍ଗରେଙ୍କ ଦ୍ୱାରା ଏକ କଷ୍ଟମ୍-ମେଡ୍ ପୋଷାକ ପିନ୍ଧିଥିଲେ, ଯାହା ଭାରତୀୟ ଏବଂ ନେପାଳୀ ପରମ୍ପରା ଉଭୟକୁ ମିଶ୍ରଣ କରିଥିଲା।