ବଲାଙ୍ଗିର ୨୪।୫: କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଖବର ସଂଗ୍ରହ ବେଳେ ପିଟିଲେ ଠିକାଦାର । ଜୀବନରୁ ମାରିଦେବାକୁ ଦେଲେ ଧମକ । ଏଭଳି ଅଭିଯୋଗ ଆଣିଛନ୍ତି ବଲାଙ୍ଗିରର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ । ସେପଟେ ଆକ୍ରମଣ ଘଟଣାର ପ୍ରତିବାଦ କରି ଜିଲ୍ଲା ସାମ୍ବାଦିକ ସଙ୍ଘ ତଥା କାର୍ଯ୍ୟରତ ସାମ୍ବାଦିକ ମାନେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି I ପୁଇଁତଳା ବ୍ଲକ କୁଲୁଥିପାଲି ଗାଁରେ ନିମ୍ନମାନର ସରକାରୀ କାମ ହେଉଥିବା ଅଭିଯୋଗ ପାଇ ଖବର ସଂଗ୍ରହ ପାଇଁ ଯାଇଥିଲେ ବିଜୟ । ସେହି ସମୟରେ ଠିକାଦାର ଓ ତାଙ୍କ ସହଯୋଗୀ ମାନେ ପହଞ୍ଚି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ସାମ୍ବାଦିକ ଜଣଙ୍କ ପୁଇଁତଳା ଥାନାରେ ଅଭିଯୋଗ କରିଛନ୍ତି I ସାମ୍ବାଦିକଙ୍କ ୩ଟି ମୋବାଇଲ, ୫ଟି ସିମ୍, ବୁମ୍, ଏଟିଏମ୍ କାର୍ଡ ଆଦି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ I
ସାମ୍ବାଦିକଙ୍କୁ କିଛି ଲୋକ ଉଦ୍ଧାର କରି ପୋଲିସକୁ ଏନେଇ ଖବର ଦେଇଥିଲେ I ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସାମ୍ବାଦିକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ I ତାଙ୍କ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି I ଠିକାଦାର ଗଜେନ୍ଦ୍ର ଦଲେଇ ଓ ତାଙ୍କ ସହଯୋଗୀ ମାନେ ଆକ୍ରମଣ କରିଥିବା ସାମ୍ବାଦିକ ଜଣଙ୍କ ଅଭିଯୋଗ କରିଛନ୍ତି I ଏନେଇ ପୁଇଁତଳା ଥାନାରେ ଆହତ ସାମ୍ବାଦିକ ବିଜୟ ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି I
ସେପଟେ ଘଟଣାର ପ୍ରତିବାଦ କରି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘ ତଥା କାର୍ଯ୍ୟରତ ସାମ୍ବାଦିକ ଏସ୍ପିଙ୍କ ଦ୍ୱାରସ୍ତ ହୋଇ କିଛି ସମୟ ଧାରଣାରେ ବସିଥିଲେ । ଏହାସହ ଏସ୍ପିଙ୍କୁ ଦାବି ପତ୍ର ଦେଇଥିଲେ । ତେବେ ଖୁବ୍ଶୀଘ୍ର ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
You Can Read: