ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର, ସୁରକ୍ଷିତ ଅଛନ୍ତି ଚାଳକ

Published By : Prameya-News7 Bureau | May 25, 2025 IST

ସୋର ୨୫।୫: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର l ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ସନ୍ଦେହ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଧୋବାଗଡ଼ିଆ ପୋଲ ଉପରେ ଜଳିଗଲା କଣ୍ଟେନର । ଏକ କୋରିୟର ନେଇ ଦିଲ୍ଲୀରୁ ଭୁବନେଶ୍ୱର ଯାଉଥିବା କଣ୍ଟେନରଟି ଜଳିଯାଇଥିବା ଜଣାପଡିଛି । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କଣ୍ଟେନରର ଚାଳକ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି । ଖବର ପାଇ ଅଡା ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

You Can Read: 

ଚିକେନ୍ ପକୋଡାକୁ କେନ୍ଦ୍ରକରି ଗଡ଼ିଲା ମୁଣ୍ଡ, ଅଭିଯୁକ୍ତ ବାପ-ପୁଅ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.