ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ

Published By : Prameya-News7 Bureau | July 11, 2025 IST

ଭୁବନେଶ୍ବର ୧୧।୭: ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ । ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଖଡ଼ଗେ କହିଲେ ଦିଲ୍ଲୀରେ ସବୁବେଳେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି । ତେଣୁ ଏକାଠି ହେବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ ନେତା ମାନେ ଏକାଠି ହେବେନି ଦଳ ରି-ଭାଇବ କରିପାରିବନି ।

ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ସମସ୍ତଙ୍କ ମତ ଯାହା ଥାଉ ସମସ୍ତେ ମିଶିକି କାମ କର । ଏହାସହ ଉପକୂଳ ଓଡ଼ିଶାରେ ଫୋକସ୍ କରିବାକୁ ଦେଲେ ପରାମର୍ଶ ରାହୁଲ । ବୈଠକରେ ଉପସ୍ଥିତି ରହି ସମସ୍ତେ ଏକାଠି ହେଲେ ଦଳ ସୁଦୃଢ ହେବ ବୋଲି ମତ ରଖିଛନ୍ତି ।

ସେହିଭଳି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି, ରାଜନୈତିକ ବ୍ୟାପାର କମିଟି ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, ଏକଜୁଟ ରୁହ, ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କର ।   ଜାତି ଜନଗଣନା, ପଛୁଆବର୍ଗଙ୍କୁ ସଂରକ୍ଷଣ, ଦଳିତଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି ଆନ୍ଦୋଳନ କରି ଲୋକଙ୍କ ପାଖକୁ   ଯିବାକୁ ବରିଷ୍ଠ ନେତାଙ୍କୁ ପରମର୍ଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

You Can Read:

ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି ମଣତି ପାଇଁ ଟିକିଏ ସମୟ ଲାଗିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.