LIVE TV
LIVE TV

ଟିକେଟ୍ କିଣୁଛନ୍ତି ଓସିଏ ଅନୁବନ୍ଧିତ ସଂସ୍ଥା ଓ କ୍ଲବ୍‌, ବିକ୍ରି ହେବ ପ୍ରାୟ ୧୧ ହଜାର ଟିକେଟ୍

NEWS7
congress-to-hold-nationwide-protest-16-april-ed-national-herald-case

କଟକ ୩।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଓସିଏ ସହ ଅନୁବନ୍ଧିତ ସଂସ୍ଥା ଓ କ୍ଲବ୍ ଗୁଡିକୁ ଆଜି ଠାରୁ ଦୁଇ ଦିନ ଧରି ଟିକେଟ୍ ବିକ୍ରି କରାଯାଉଛି । ଏହି ଅନୁବନ୍ଧିତ ସଂସ୍ଥା ମାନେ ପାଖାପାଖି ୧୧ ହଜାର ଟିକେଟ୍ କିଣିବେ । ଓସିଏ ଅନୁବନ୍ଧିତ ୭୩ଟି ସଂସ୍ଥା, ୬ଟି ସରକାରୀ କାର୍ଯ୍ୟାଳୟ, ୨ ଜଣ ମନୋନୀତ ଆପେକ୍ସ କାଉନସିଲ ସଦସ୍ୟଙ୍କୁ ଏହି ଟିକେଟ୍ ବିକ୍ରି କରାଯାଉଛି । ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓସିଏ ସମ୍ମିଳନୀ କକ୍ଷରେ ଏହି ଟିକେଟ୍ ବିକ୍ରି କରାଯାଉଛି । ଏହି ଟିକେଟ୍ ବିକ୍ରି ଦାୟିତ୍ଵ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଦିଆଯାଇଛି । ପ୍ରଥମ ଦିନର ବିକ୍ରି କରାଯାଉଥିବା ବେଳେ ସନ ରାଇଜ କ୍ଲବ୍ର ସମ୍ପାଦକ କ୍ଲବ୍ ସଦସ୍ୟଙ୍କର ପ୍ରଥମ ଟିକେଟ୍ କିଣିଥିଲେ । ସେହିଭଳି ବିଭିନ୍ନ ସଂସ୍ଥା ପକ୍ଷରୁ ସଦସ୍ୟ ମାନେ ଆସି ନିଜ କୋଟାରେ ଥିବା ବିଭିନ୍ନ ଗ୍ୟାଲେରୀ ଟିକେଟ୍କୁ କିଣି ନେଇଛନ୍ତି ।

ଅନ୍ୟପଟେ ୫ ତାରିଖରେ ସାଧାରଣ ଦର୍ଶକ ମାନଙ୍କ ପାଇଁ ହେବାକୁ ଥିବା କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ବ୍ୟାରିକେଟିଂ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଜିଗ୍ଜାଗ୍ ବ୍ୟାରିକେଡିଂ ତିଆରି କରାଯାଇଛି । ଓସିଏର ଏକାଡେମୀ ପଡ଼ିଆରେ ପାଖାପାଖି ୧୦ ହଜାର ଲୋକ ରହିବା ଭଳି ବ୍ୟାରିକେଡିଂ କରାଯାଇଛି । ସେହିଭଳି ୧ କି.ମି. ଲମ୍ବା ବ୍ୟାରିକେଡ୍ କରାଯାଇଛି । ଲୁହାରେ ନିର୍ମିତ ଏହି ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ । କିଭଳି ଶୃଙ୍ଖଳିତ ଭାବେ ଧାଡ଼ିରେ ରହି ଟିକେଟ୍ କିଣିବେ ସେଥିପାଇଁ ଅନୁଧ୍ୟାନ କରାଯାଉଛି ବୋଲି କଟକ ଡିସିପି କହିଛନ୍ତି । ସେହିଭଳି ଓସିଏ ଅଫିସିଆଲ୍ ମଧ୍ୟ ଏହି ବ୍ୟାରିକେଡ୍ ତିଆରିର ଯାଞ୍ଚ କରିଛନ୍ତି ।