ପିପିଲି ୨୨।୭: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବଳଙ୍ଗା ଥାନାରେ ପହଞ୍ଚିଲା କଂଗ୍ରେସ ଟିମ୍ । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଓ ପ୍ରସାଦ ହରିଚନ୍ଦନ ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ପୋଲିସ ଓ କ୍ରାଇମବ୍ରାଞ୍ଚ ମିଶି ତଦନ୍ତ କରୁଥିବା କହିଛନ୍ତି । ତେବେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ବି ପୋଲିସ କାହିଁକି ଅପରାଧୀଙ୍କୁ ଧରି ପାରିନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ପୂର୍ବରୁ ବିଦ୍ୟାଧରପୁର ଭଳି କିଛି ସ୍ଥାନରେ ବାଳିକାଙ୍କ ପ୍ରତି ଅପରାଧ ଘଟିଥିଲେ ବି ଅପରାଧୀଙ୍କୁ ଧରିବା ପାଇଁ ୧୦ଦିନ ସମୟ ଲାଗିଥିଲା । ତେଣୁ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ନିରପେକ୍ଷ ଭାବେ କାମ କରିବା ଉଚିତ ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । କଂଗ୍ରେସର ଏହି ଟିମ୍ ପୀଡ଼ିତାଙ୍କ ଘର ଓ କ୍ରାଇମ୍ ସ୍ପଟ୍ ବି ଭିଜିଟ୍ କରିଛନ୍ତି ।
ସେପଟେ ଏହି ଘଟଣାରେ ପୁରୀ ଏସ୍ପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି । ପୁରୀର ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଏକ କ୍ୟାମ୍ପ ସେଠାରେ କରାଯାଇଛି । ପୋଲିସର ଏକ ମଲ୍ଟିପଲ୍ ଟିମ୍ ଘଟଣାର ତଦନ୍ତ କରୁଛି । ସେହିପରି ଡିଏସପି ଆଇସିଡବ୍ଲୁଙ୍କୁ ମାମଲା ହସ୍ତାନ୍ତର କରାଯାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚି ନାହିଁ ବୋଲି ପୁରୀ ଏସ୍ପି କହିଛନ୍ତି ।
You Can Read:
କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ, ଖୁବ୍ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା