‘ନେତାନ୍ୟାହୁଙ୍କୁ ଅପହରଣ କର’; ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

NEWS7
congress-seeks-info-of-officials-who-violated-norms-to-benefit-bjp

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ ବିବାଦୀୟ ଟିପ୍ପଣୀକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏକ ଟିଭି ସାକ୍ଷାତକାରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଏହି ବିବାଦୀୟ ଟିପ୍ପଣୀ କରିଛନ୍ତି ଖ୍ବାଜା ଆସିଫ୍। ଏମିତିରେ ତାଙ୍କର ମନ୍ତବ୍ୟ ପରେ ଅନ୍ତର୍ଜାତୀୟ କୂଟନୀତିରେ ହଇଚଇ ସୃଷ୍ଟି ହୋଇଛି।

ପ୍ରକୃତରେ ଶୁକ୍ରବାର, ଆସିଫ୍ ଜିୟୋ ନ୍ୟୁଜରେ ପାକିସ୍ତାନୀ ସାମ୍ବାଦିକ ହାମିଦ ମୀରଙ୍କ ସହ ଆଲୋଚନା ସମୟରେ ହିଁ ସେ ନେତାନ୍ୟାହୁଙ୍କୁ ମାନବତାର ସବୁଠୁ ଖରାପ ଅପରାଧୀ ବୋଲି କହିଛନ୍ତି। ଏମିତିକି ଖ୍ବାଜା ଆମେରିକା ଏବଂ ତୁର୍କୀକୁ ଅପିଲ୍ କରିଛନ୍ତି ନେତାନ୍ୟାହୁଙ୍କୁ ଅପହରଣ କରିନଅନ୍ତୁ ଏବଂ ଗାଜାରେ ଇସ୍ରାଏଲୀ ସେନା କାର୍ଯ୍ୟାନୁଷ୍ଠାନ କରିଥିବାରୁ ପାଇଁ ତାଙ୍କ ଉପରେ ମୋକଦ୍ଦମା ଚଲାନ୍ତୁ। ଆହୁରି ମଧ୍ୟ ଆମେରିକାର ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀର ଉଦାହରଣ ମଧ୍ୟ ଦେଇଛନ୍ତି।

ତେବେ ଇଣ୍ଟରଭ୍ୟୁରେ ସେତେବେଳେ ଟ୍ବିଷ୍ଟ ଦେଖିବାକୁ ମିଳିଥିଲା ଯେତେବେଳେ, ଖ୍ବାଜା ଆସିଫ୍ ନାଁ ନନେଇ ନେତାନ୍ୟାହୁଙ୍କ ସମର୍ଥନ କରୁଥିବା ଦେଶଙ୍କୁ ସଜା ଦେବା କଥା କହିଥିଲେ। ହେଲେ ତାଙ୍କ କଥାର ଇସାରା ସ୍ପଷ୍ଟ ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡ଼କୁ ଥିଲା।

ତେବେ ଏହି ବିବାଦ ଏଭଳି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଆମେରିକା ସହ ନିଜ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି। ‘ଅପରେସନ ସିନ୍ଦୂର’ ପରେ ଭାରତ ସହ ଉତ୍ପନ୍ନ ହୋଇଥିବା ତିକ୍ତତା ମଧ୍ୟରେ ପାକିସ୍ତାନ ନିଜ ବିଦେଶ ନୀତିକୁ ନେଇ ଖୁବ୍ ସତର୍କ ରହିଛି। ନିକଟରେ ପାକିସ୍ତାନ ଡୋନାଲ୍ଡ ଟ୍ରମ୍ପଙ୍କ ସାର୍ବଜନିକ ଭାବରେ ପ୍ରଶଂସା କରିଛନ୍ତି ଆଉ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସମର୍ଥନ କରିଛି। ପାକିସ୍ତାନ ଇସ୍ରାଏଲକୁ ମାନ୍ୟତା ଦେଉନାହିଁ ଏବଂ ଗାଜାରେ ସୈନ୍ୟ ଅଭିଯାନକୁ କଡ଼ା ବିରୋଧ କରୁଛି।