ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘରକୁ ଫାୟାରିଂ, ୪ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

NEWS7
congress-protest-against-karnataka-governors-decision

ମୁମ୍ଵାଇ ୦୧।୦୨; ମୁମ୍ବାଇର ଜୁହୁରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘର ଉପରକୁ ଫାୟାରିଂ । ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତ ମାନେ ରୋହିତଙ୍କ ଘର ଉପରେ ୪ ରାଉଣ୍ଡ ଗୁଳି ଚଲାଇଛନ୍ତି ଦୁର୍ବୃତ୍ତ । ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ।  ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାନ୍ତି । ଗୁଳିମାଡ଼ ସମୟରେ ରୋହିତ ଶେଟ୍ଟୀ ଘରେ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ରୋହିତ ଶେଟ୍ଟୀ କିମ୍ବା ପୋଲିସ ପକ୍ଷରୁ ଏହି ବିଷୟରେ କୌଣସି ବୟାନ ଜାରି କରାଯାଇ ନାହିଁ।

ଗୁଳିକାଣ୍ଡ ପରେ ରୋହିତ ସେଟ୍ଟୀଙ୍କ ଘର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁମ୍ବାଇ ପୋଲିସ, କ୍ରାଇମ ବ୍ରାଞ୍ଚ ଏବଂ ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରିବା ସହ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ଦିଗକୁ ଅନୁସନ୍ଧାନ କରୁଛି। ରୋହିତ ଶେଟ୍ଟୀ ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି, ଯାହା ଅନେକ ବଲିଉଡ୍ ସେଲିବ୍ରିଟିଙ୍କ ଘର ଘେରି ରହିଛି। ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। କିଏ ଓ କାହିଁକି ରୋହିତଙ୍କ ଘର ଉପରକୁ ଗୁଳିମାଡ଼ କରିଛି ତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ସୂଚନାଯୋଗ୍ୟ ଯେ ରୋହିତ ଶେଟ୍ଟୀ 'ସିଙ୍ଘମ ଏଗେନ୍'ର ନିର୍ଦ୍ଦେଶନା ଦେଇଥିଲେ। ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ କରୀନା କପୁର ଖାନ, ଦୀପିକା ପାଦୁକୋନ, ରଣବୀର ସିଂହ, ଅର୍ଜୁନ କପୁର, ଅକ୍ଷୟ କୁମାର, ଟାଇଗର ଶ୍ରଫ୍ ଏବଂ ଜ୍ୟାକି ଶ୍ରଫ୍ ସମେତ ବିଭିନ୍ନ କଳାକାର ସାମିଲ ଥିଲେ। ପ୍ରାୟ ୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ଆୟ କରିଥିଲା। ଏହି ଆକ୍ସନ୍ ଫିଲ୍ମଟି ରୋହିତ ଶେଟ୍ଟୀ ପିକଚର୍ସ, ରିଲାଏନ୍ସ ଏଣ୍ଟରଟେନମେଣ୍ଟ, ଜିଓ ଷ୍ଟୁଡିଓ ଏବଂ ଦେବଗନ ଫିଲ୍ମ ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଥିଲା।