ଭୁବନେଶ୍ବର ୨୮।୫: ଗରିବ ଲୋକଙ୍କ ପଇସାରେ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେପି । ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେପିର ବର୍ଷ ପୂର୍ତ୍ତି ପାଳନକୁ ନେଇ କଡା ସମାଲୋଚନା କରିଛନ୍ତି ତାରା । ଗରିବ ଲୋକଙ୍କ ପଇସାରେ ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ
। କ’ଣ ପ୍ରତିଶ୍ରୁତି ପାଳନ କରିଛି ବିଜେପି । କୁଆଡେ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି, ଦାଦନ ବନ୍ଦ ହେଲା କି, ମହିଳାଙ୍କ ସୁରକ୍ଷା କରିପାରିଲେ କି, ବେକାରୀ ଯୁବକ ଓ ଯୁବତୀଙ୍କୁ ଚାକିରି ଦେଲେ କି l ଯେତେ ପ୍ରତିଶ୍ରୁତି ଦେଇଥିଲେ କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି l ବିଜେପି ଓଡ଼ିଶାର ବିକାଶ ପରିବର୍ତ୍ତେ ବିନାଶ କରିଛି l ଲୋକେ ସେମାନଙ୍କୁ ବୁଝି ସାରିଲେଣି l କେବଳ ରଙ୍ଗ ବଦଳାଇବା ଓ ଯୋଜନା ନାଁ ପରିବର୍ତ୍ତନ କରିଛନ୍ତି l ଏକଥାକୁ ଘରେ ଘରେ କଂଗ୍ରେସ ପହଞ୍ଚାଇବ l ଏ ସରକାରରେ ଦୁର୍ନୀତି ବଢ଼ି ଯାଇଛି ବୋଲି ତାରା କହିଛନ୍ତି ।
ସେପଟେ ପୋଲାଭରମ୍ ପ୍ରସଙ୍ଗରେ କହିଛନ୍ତି, ଓଡ଼ିଶାକୁ ବୁଡାଇବା ପରେ କେନ୍ଦ୍ର ପୋଲାଭରମ୍ ସମୀକ୍ଷା କରୁଛି । ପୋଲାଭରମ୍ ସମୀକ୍ଷା ଲୋକଙ୍କୁ ଦେଖାଇବା ପାଇଁ କେନ୍ଦ୍ର କରୁଛି l ମାଲକାନଗିରି ମୋଟୁ ଅଞ୍ଚଳ ବୁଡିଗଲାଣି l ଆଦିବାସୀ ଲୋକେ କନ୍ଦୁଛନ୍ତି l ବର୍ଷା ହେଲେ ପାଣି ମାଡି ଆସୁଛି l ଟ୍ରିପଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ବୁଡାଇ ଦେଲେଣି l ପ୍ରଧାନମନ୍ତ୍ରୀ ସମୀକ୍ଷା କରୁଛନ୍ତି ସ୍ଵାଗତଯୋଗ୍ୟ l ହେଲେ ଓଡ଼ିଶାର ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ଵ ଦିଅନ୍ତୁ ଓ ଉଦ୍ଧାର କରନ୍ତୁ ବୋଲି ତାରା କହିଛନ୍ତି ।
ସେପଟେ OBC ସଂରକ୍ଷଣ ନେଇ କଂଗ୍ରେସର ଦାବି କରିଛି l ରାଜ୍ୟ ସରକାର ଓବିସିକୁ ୨୭ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ l ତେବେ ଆମେ ଜାଣିବୁ ଯାହା କହିଥିଲେ ତାହା କଲେ ବୋଲି ତାରା କହିଛନ୍ତି ।
You Can Read:
ନିଜକୁ ନିର୍ଦ୍ଦୋଷ କହିଲେ ପୁଞ୍ଜିଲାଲ ମେହେର, ଭୁଲ୍ ତଥ୍ୟ ଦେଇ ଫସାଯାଇଛି