ବୌଦ୍ଧ ୨୭।୫: ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଆଡେଣୀଗଡ ନିକଟରେ ରେଳପଥ ୪ନଂ ଟନେଲ ଭୁଶୁଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଲା କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା ଓ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କୁ ନେଇ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଟିମ୍ ଘଟଣାର ସ୍ଥିତି ଅନୁଧ୍ୟାନ କରିଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡ଼େନିଗଡ଼ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ରେଲୱେର ୪ ନମ୍ବର ଟନେଲ ଯାହା ସର୍ବ ବୃହତ ଟନେଲ । ଯାହାର ଲମ୍ବ ପ୍ରାୟ ୪ କିଲୋମିଟର ୧୮୫ ମିଟର ବିଶିଷ୍ଟ । ଆଡ଼େନିଗଡ଼ ଠାରୁ କିଛି ଦୂରରେ କଖାରୁଫାଳ ନିକଟରେ ଟନେଲଟି ଭୁଶୁଡ଼ି ଯାଇଛି । ପ୍ରାୟ ୩୦ଫୁଟରୁ ଉର୍ଦ୍ଧ୍ବ ତଳକୁ ମାଟି ଭୁଶୁଡ଼ି ଯାଇଛି । ତେବେ ନିମ୍ନମାନର କାର୍ଯ୍ୟ ପାଇଁ ଏମିତି ଅଘଟଣ ଘଟିଥାଇପାରେ ବୋଲି ଯାହା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଭୁଶୁଡ଼ି ଯାଇଥିବା ଟନେଲର ଚାରି ପଟେ ଆବଦ୍ଧ କରିଦିଆଯାଇଛି । ତେବେ ସାବିତ୍ରୀ ଅମାବାସ୍ୟା ଯୋଗୁଁ ଟନେଲ କାର୍ଯ୍ୟ ବନ୍ଦ ରହିଥିବା ଫଳରେ ଶ୍ରମିକ ମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ତେବେ ଉକ୍ତ ଟନେଲ କାର୍ଯ୍ୟ GRIL ନାମକ ଏକ ଠିକା ସଂସ୍ଥା କରୁଥିଲା ।
ସୋମବାର ଖୋର୍ଦ୍ଧା ବଲାଙ୍ଗିର ରେଳ ଟନେଲ ଭୁଶୁଡିବା ଘଟଣାରେ ପ୍ରତିକ୍ରିୟା ରଖିଥିଲେ ପୂର୍ବତନ ରେଳମନ୍ତ୍ରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଥିଲେ, ଟନେଲ କୋଲାପ୍ସରେ ୩୦ ମିଟର ଗଭୀର ହୋଇଛି । ସେଠାରେ ୩୦/୪୦ ଜଣ କାମ କରୁଥିଲେ । ତାହା କେତେ ସତ ରେଲଓ୍ବେ ବିଭାଗ ସ୍ପଷ୍ଟ କରୁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭୂମିକା ନେଇ ପ୍ରଶ୍ନ କରିଥିଲେ ଭକ୍ତ ଦାସ । ମନ୍ତ୍ରୀ ଏହି ଟନେଲ ପାଇଁ ସେତେବେଳେ ବାଃ ବାଃ ନେଇଥିଲେ । ତେଣୁ ଏବେ ସେ ଉତ୍ତରଦାୟୀ । ସେଠାରେ ମନିଟରିଂ ଅଭାବ, ମନ୍ତ୍ରୀ କାହିଁକି ସୁପରଭିଜନ କରିନଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲେ । ସେତେବେଳେ ରେଳମନ୍ତ୍ରୀ କହିଥିଲେ ନିର୍ଦ୍ବନ୍ଦ୍ବରେ ଏହାର କାମ ସରିବ ବୋଲି ମନ୍ତ୍ରୀ କହିଥିଲେ ।
ତେବେ କାହିଁକି ଏସ୍ଓପି ପାଳନ କରାଯାଇ ନଥିଲା । ନିମ୍ନମାନର କାମ କାହିଁକି ହେଲା ତାହାର ଉତ୍ତର ଦିଅନ୍ତୁ । ମାଟି ଟେଷ୍ଟ ହୋଇଥିଲା କି ନାହିଁ, ଯଦି ହୋଇଥିଲା ତେବେ ଭୁଉଡ଼ିଲା କାହିଁକି ? ଟନେଲକୁ ନେଇ କେତେ ଥର ମନ୍ତ୍ରୀ ନିରୀକ୍ଷଣ କରିଥିଲେ ? ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରଠୁ ବାରମ୍ବାର ଏଭଳି ଘଟୁଛି । କାହିଁକି ତାଙ୍କ ସମୟରେ ଏଭଳି ଘଟଣା ବାରମ୍ବାର ଘଟୁଛି । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଥିଲେ । ମଙ୍ଗଳବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେଠାରେ ନିରୀକ୍ଷଣ କରିବ ବୋଲି ଭକ୍ତ ଦାସ କହିଥିଲେ ।
ସେପଟେ ରେଳ ବିଭାଗ ସ୍ପଷ୍ଟୀକରଣ ଉପରେ ପିସିସି ସଭାପତି କହିଥିଲେ, ଯଦି ମାଟି ଦୁର୍ବଳ ତେବେ ରେଳ ବିଭାଗ ଆଗରୁ ଜାଣିଥିବ କେତେ ବର୍ଷା କେତେ ପାଣି ହେଲେ ଧସିବ । ତେଣୁ ଆଗୁଆ କାହିଁକି ପଦକ୍ଷେପ ନେଇନାହାନ୍ତି । ପ୍ରି-ମୌସୁମୀରେ ଏଭଳି ଅବସ୍ଥା ତାହେଲେ ମୌସୁମୀ ଆସିଲେ କି ଅବସ୍ଥା ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା ।
You Can Read:
ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା, ୨୯ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା