ଖୋଲିଲା ବାରବାଟୀ ଗେଟ୍, ଏଣ୍ଟ୍ରି କରୁଛନ୍ତି ଦର୍ଶକ; ୬ଟା ୩୦ରେ ପଡ଼ିବ ଟସ୍

NEWS7
congress-declare-party-manifesto-for-jharkhand-election

କଟକ: ବାରବାଟୀ ମୁକାବିଲାକୁ ଆଉ ରହିଲା ଅଳ୍ପ ସମୟ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମୁକାବିଲା ପାଇଁ ଦର୍ଶକ ମହଲରେ ରହିଛି ଭରପୁର ଉତ୍ସାହ। ନିର୍ଦ୍ଧାରିତ ସମୟ ଅନୁସାରେ ମ୍ୟାଚ୍ ଆରମ୍ଭ ହେବାର ତିନି ଘଣ୍ଟା ପୂର୍ବରୁ ଷ୍ଟାଡିୟମର ସମସ୍ତ ଗେଟ୍ ଖୋଲା ଯାଇଛି। ଅପରାହ୍ଣ ୪ଟାରୁ ବିଭିନ୍ନ ଗେଟ୍ ଦେଇ ଦର୍ଶକଙ୍କୁ ଗ୍ୟାଲେରୀକୁ ଛଡ଼ା ଯାଉଛି। ଏହା ପୂର୍ବରୁ ପ୍ରତିଟି ଗେଟ୍ରେ ଦର୍ଶକଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ ଏବଂ ଟସ୍ ୬ଟା ୩୦ରେ ପଡ଼ିବ।