LIVE TV
LIVE TV

ଆମ ବିଜେତା ଦଳର ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା ଆମ ରଣନୀତି ରହିଥିଲା: ନୀତା ଅମ୍ବାନୀ

NEWS7
congress-cut-the-prabodh-tirkey-ticket-after-giving-in-general-election-2024

ନୁଆଦିଲ୍ଲୀ: ଦୁଇ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୬ ରେ ମହିଳା ପ୍ରିମିୟର ଲିଗର ଏକ ନୂତନ ସିଜିନ ପୂର୍ବରୁ ନିଜ ଆତ୍ମବିଶ୍ୱାସ ଦୃଢ଼ କରିଛି ।ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମେଗା ନିଲାମରେ ଦଳର ପୂର୍ବ ଚାମ୍ପିଅନମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫେରାଇ ଆଣିବାରେ ଦଳ ସଫଳ ହୋଇଥିଲା ।ଏହା ଉପରେ ନୀତା ଏମ୍ ଅମ୍ବାନୀ କହିଛନ୍ତି, "ନିଲାମ ଦିନଗୁଡ଼ିକ ପ୍ରକୃତରେ ରୋମାଞ୍ଚକର କିନ୍ତୁ ଅନେକ ସମୟରେ ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ହୋଇଥାଏ । ଆମର ରଣନୀତି ଥିଲା ୨୦୨୫ର ଆମର ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା । ମୁଁ ଆମେଲିଆ କେର ଏବଂ ଆମର ଚାରି ଜଣ ଏସ, ଶବନିମ, ସାଇକା, ସଜାନା ଏବଂ ସଂସ୍କୃତିଙ୍କୁ ଫେରାଇ ଆଣିପାରିଥିବାରୁ ବହୁତ ଉତ୍ସାହିତ । ଆମେ ତିନି ଜଣ ଯୁବ ପ୍ରତିଭା - ରାହିଲା ଫିରଦୌସ୍, ନାଲ୍ଲା କ୍ରାନ୍ତି ରେଡ୍ଡୀ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ସ୍ୱାଗତ କରିବାକୁ ବେଶ ଉତ୍ସାହିତ ରହିଛୁ । ଏହି ଅବସରରେ ମୁଁ ପୁନମ ଖେମନାର, ମିଲି ଇଲିଙ୍ଗୱର୍ଥ ଏବଂ ନିକୋଲା କେରିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ୱାଗତ କରୁଛି ।"

ରିଟେନ ରହିଥିବା ଅଧିନାୟିକା ହରମନପ୍ରୀତ କୌର, ନାଟ୍ ସାଇଭର-ବ୍ରଣ୍ଟ, ହେଲି ମାଥ୍ୟୁସ୍, ଅମନଜୋତ କୌର ଏବଂ ଜି କମଳିନିଙ୍କ ସମେତ, ଏମଆଇ ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ଆମେଲିଆ କେର ଏବଂ ଏସ୍ ସଜାନା, ସାଇକା ଇସାକ, ସଂସ୍କୃତି ଗୁପ୍ତା ଏବଂ ଅଭିଜ୍ଞ ପେସର ଶବନିମ୍ ଇସମାଇଲଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି । ଭାରତର ବିଶ୍ୱକପ୍ ବିଜୟୀ ଅଧିନାୟିକା ହରମନପ୍ରୀତ ମଧ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ନିଲାମରେ ଉପସ୍ଥିତ ରହି ନିଲାମ ଟେବୁଲ ଆଲୋଚନା ଏବଂ ରଣନୀତିରେ ତାଙ୍କର ଅଭିଜ୍ଞତା ଯୋଡିଥିଲେ ।

ହରମନପ୍ରୀତ କହିଛନ୍ତି, "ପ୍ରାରମ୍ଭରେ ମୁଁ ସାମାନ୍ୟ ନର୍ଭସ ଥିଲି କିନ୍ତୁ ଆମେ ଏହା ପାଇଁ ଯେଉଁଭଳି ଯୋଜନା କରିଥିଲୁ ଏବଂ ସମସ୍ତଙ୍କ ସମ୍ପୃକ୍ତି ରହିଥିଲା, ବିଶେଷକରି ନୀତା ମ୍ୟାଡାମଙ୍କ ସମ୍ପୃକ୍ତି ମୋତେ ବେଶ ଭଲ ଲାଗିଲା । ସେ ସର୍ବଦା ଆମର ସବୁଠାରୁ ବଡ଼ ସମର୍ଥକ ରହିଆସିଛନ୍ତି ଏବଂ ସର୍ବଦା ଆମକୁ ସମର୍ଥନ କରନ୍ତି । ଆମେ ଆମର ଅଧିକାଂଶ ପୁରୁଣା ସାଥୀ ଖେଳାଳିଙ୍କୁ ଫେରିପାଇଛୁ ତେଣୁ ଏହା ଆମର ସେମାନଙ୍କ ଉପରେ କିଭଳି ବିଶ୍ୱାସ ଏବଂ ଭରସା ରହିଛି ତାହା ଦର୍ଶାଉଛି।"

ପୁଣିଥରେ କ୍ରୟ କରାଯାଇଥିବା ପାଞ୍ଚ ଜଣ ଖେଳାଳି ପୂର୍ବରୁ ଏମଆଇର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାଇକା, ସଜାନା ଏବଂ ସଂସ୍କୃତି ଏମଆଇ ଦ୍ୱାରା ଆବିଷ୍କୃତ ହୋଇ ସେମାନଙ୍କର ଡେବ୍ୟୁ କରିବା ପରେ ଟୁର୍ଣ୍ଣାମେଣ୍ଟରେ ବ୍ରେକଆଉଟ୍ ଷ୍ଟାର ରହିଥିଲେ । ଏମଆଇ ଏକାଧିକ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆର ଅଲରାଉଣ୍ଡର ନିକୋଲା କେରି, ଏବଂ ଯୁବ ପେସ୍ ସେନସେସନ୍ ମିଲି ଇଲିଙ୍ଗୱର୍ଥଙ୍କୁ ଦଳରେ ସାମିଲ କରିଛି ।