୨୦୨୬ରେ ଘମାଘୋଟ ଲଢେଇ, ବାତ୍ୟା-ଭୂମିକମ୍ପ କଲବଲ କରିବ ! ଡରାଇଲାଣି ଜୀବିତ ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ

NEWS7
congress-asked-6-questions-to-modi-government-on-pahalgam-terror-attack

ନୂଆଦିଲ୍ଲୀ, ୦୨/୦୧ : କେମିତି ରହିବ ୨୦୨୬ ? ସାରା ବିଶ୍ୱର କେମିତି ବହିବ ରାଜନୈତିକ ହାଓ୍ୱା ? ତୃତୀୟ ବିଶ୍ୱ ଯୁଦ୍ଧ ହେବ ନା ଶାନ୍ତି ଫେରିବ ? ବର୍ଷ ଆରମ୍ଭରୁ ଏପରି କିଛି ଅନୁମାନ କରାଯାଏ । ଅନେକ ଜ୍ୟୋତିର୍ବିତ ଏବଂ ଭବିଷ୍ୟବକ୍ତା ଏନେଇ ଅନେକ କଥା କହିଥାନ୍ତି । ଯାହା ଅନେକ କ୍ଷେତ୍ରରେ ସତ ମଧ୍ୟ ହୁଏ । ଭବିଷ୍ୟବାଣୀ ଦେଖିଲେ ବିଶ୍ୱରେ ନୋଷ୍ଟ୍ରାଡମସଙ୍କ ନାଁ ସବୁଠୁ ଆଗରେ ଆସେ । ସେ ଶହ ଶହ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ । ଏବେ ବର୍ତ୍ତମାନ ସମୟର ଜଣେ ବ୍ୟକ୍ତି କରିଛନ୍ତି ଭବିଷ୍ୟବାଣୀ । ପୂର୍ବରୁ ତାଙ୍କର ଅନେକ କଥା ସତ ହୋଇଛି । ଯେଉଁଥିପାଇଁ ତାଙ୍କୁ ଜୀବିତ ନୋଷ୍ଟ୍ରାଡମସ୍ ବୋଲି କୁହାଯାଏ ।

ବ୍ରାଜିଲରେ ରୁହନ୍ତି ୩୯ ବର୍ଷୀୟ ଏଥୋସ୍ ସାଲୋମେ । ଅନେକ ଥର ସେ ସତ ଅନୁମାନ କରିଛନ୍ତି । କରୋନା ପ୍ରସଙ୍ଗରେ ମଧ୍ୟ ସେ ଆଗୁଆ ସୂଚନା ଦେଇଥିଲେ । ଏପରିକି ୨୦୨୨ରେ ରାଣୀ ଏଲିଜାବେଥଙ୍କ ଦେହାନ୍ତ ବାବଦରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ ।

୨୦୨୬କୁ ନେଇ ସେ ଅନେକ ଭୟଙ୍କର କଥା କହିଛନ୍ତି । ଯେଉଁଥିରେ ରାଜନୈତିକ ଅସ୍ଥିରତା ସମେତ ସମ୍ଭାବ୍ୟ ଯୁଦ୍ଧ ସାମିଲ ଅଛି । ସେ କହିଛନ୍ତି ଯେ, ୨୦୨୬ରେ ଅନେକ ଯୁଦ୍ଧ ହେବ । ଯାହାର ଶୀଘ୍ର ପରିଣାମ ଆସିବ ନାହିଁ । ଦୀର୍ଘଦିନ ଧରି ଏହା ଜାରି ରହିଥିବ । ଫଳରେ ପାଣିପାଗ ଉପରେ ପ୍ରତିକୂଳ ପ୍ରବାବ ପଡିପାରେ । ବିଶ୍ୱରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବଢିବ ।

ଏଥୋସ ଆହୁରି କହିଛନ୍ତି ଯେ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଶୀଘ୍ର ଯୁଦ୍ଧ ଶେଷହେବ ନାହିଁ । ୟୁରୋପର ଅନେକ ଦେଶ ୟୁକ୍ରେନକୁ ସମର୍ଥନ କରୁଛନ୍ତି । ତଥାପି ଯୁକ୍ରେନ ରାଷ୍ଟ୍ରପତିଙ୍କୁ ସତର୍କ ରହିବାକୁ ପଡିବ । ସେପଟେ ଚାଇନା ତାଇଓ୍ୱାନର ବିଛିନ୍ନତାବାଦୀ ନେତାଙ୍କ ସହ ରହିଛି । ତାଇଓ୍ୱାନର କିଛି ଜାଗାକୁ ଚାଇନା କବଜା କରିପାରେ ।

ଭବିଷ୍ୟବାଣୀରେ ସେ ଆହୁରି କହିଛନ୍ତି ଯେ, ଶକ୍ତି ଏବଂ ପାଣି ଭଳି ସମ୍ବଳରେ ସାଇବର୍ ଆଟାକ୍ ହେବ । ଚଳିତବର୍ଷ ହେବାକୁ ଥିବା କ୍ରିକେଟ୍ ଏବଂ ଫୁଟବଲର ବଡ ବଡ କାର୍ଯ୍ୟକ୍ରମରେ ସାଇବର୍ ଆଟାକ୍ ହୋଇପାରେ ବୋଲି ସେ କହିଛନ୍ତି ।