ମହାନଦୀ ଜଳ ବିବାଦର ସୃଷ୍ଟି କର୍ତ୍ତା ସେତେବେଳର ସରକାର, ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇଥିଲେ ଭଲ ହୋଇଥାନ୍ତା

NEWS7
congress-alleged-tourism-minister-jyoti-prakash-panigrahi-went-with-two-female-friend-to-hydrabad-road-show

ଭୁବନେଶ୍ବର ୧୩।୧୨: ମହାନଦୀ ଜଳ ବିବାଦକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ଓ ଜୟ ନାରାୟଣ ମିଶ୍ର ମୁହାଁମୁହିଁ । ମହାନଦୀ କମିଟି ସଦସ୍ୟ ଜୟ ନାରାୟଣ ମିଶ୍ର କହିଛନ୍ତି, ଆସନ୍ତା ୨୨ତାରିଖରେ ବସିବ ମହାନଦୀ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ। ମହାନଦୀ ଜଳ ବିବାଦର ସୃଷ୍ଟି କର୍ତ୍ତା ହେଉଛି ସେତେବେଳର ସରକାର । ତେଣୁ ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ଉପଦେଶ ଦେଇଥିଲେ ଭଲ ହୋଇଥାନ୍ତା । ମହାନଦୀ ପାଇଁ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଆସନ୍ତା ୨୨ତାରିଖରେ ବସିବ । ସେହିଠାରେ ରାଜ୍ୟ ତରଫରୁ ଣ କଣ ପଦକ୍ଷେପ ନିଆଯିବ ସେନେଇ ବିଶେଷ ଆଲୋଚନା ହେବ ।

ମହାନଦୀ ବିବାଦର ସମାଧାନ ପାଇଁ ବିଜେଡି ୨୪ବର୍ଷ ଭିତରେ କିଛି କଲେ ନାହିଁ । ମହାନଦୀରେ ଯେତେ ପାଣି ଆସୁଛି ସବୁ ସମୁଦ୍ରକୁ ଚାଲିଯାଉଛି । ୩ଟି ଡ୍ୟାମ୍ ମଧ୍ୟ କରି ପାରିଲେ ନାହିଁ । ମୁଁ ତ କହିବି ସରକାର ଏକ ଏକ୍ସପର୍ଟ କମିଟି ଗଠନ କରନ୍ତୁ । ତାହା ଅନୁସାରେ କାମ ହେବା ଉଚିତ । ଏହାସହ ଆମ ସରକାର ପାରୁ ପର୍ଯ୍ୟନ୍ତ ଏ ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ହେଲେ ଏହାକୁ ନେଇ ବିଜେଡି କେବେ ସନ୍ତୁଷ୍ଟ ନୁହେଁ । ଏହା ତାଙ୍କ ଚରିତ୍ରତାଙ୍କ ସରକାର ସମୟରେ ଅନେକ କମିଟି ଗଠନ କଲେ । ହେଲେ ଗୋଟିଏ ମଧ୍ୟ ବୈଠକ ବସିଲା ନାହିଁ । ମହାନଦୀର ଜଳକୁ କିପରି ଉପଯୋଗ କରାଯାଇ ପାରିବ ସରକାର ତା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଜୟ ନାରାୟଣ କହିଛନ୍ତି ।