ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟାକୁ ନେଇ ଅରୁଣଙ୍କ ପ୍ରଶ୍ନ, ମନ୍ତ୍ରୀ କହିଲେ...

NEWS7
complainant-meet-state-womens-commission

ନୂଆଦିଲ୍ଲୀ: ଧାନ ମଣ୍ଡିରେ ସମସ୍ୟା ଏବଂ ମିଲର୍ସଙ୍କ ଯୋଗୁ ଚାଷୀ ଭୋଗୁଥିବା ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୁରୁବାର ଅରୁଣ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସରକାରଙ୍କୁ ଏପ୍ରସଙ୍ଗରେ ଘେରିଛନ୍ତି। ଯାହାର ପାଲଟା ଜବାବ ବି ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ଅରୁଣ କହିଛନ୍ତି, ମିଲର୍ସ ଆଉ ସରକାର ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏମାନେ ସମସ୍ତେ ସମ୍ପୂର୍ଣ୍ଣ ଲୁଟି ସାରିଲେଣି । ଧାନ ଉଠିପାରୁନି, ସବୁଠି ଅସନ୍ତୋଷ। ସରକାର ବିରୋଧୀ ଦଳ ଟ୍ରମାରୁ ବାହାରି ପାରୁନାହାଁନ୍ତି। ଷ୍ଟୋରେଜ୍ ସମସ୍ୟା କାହିଁକି ଏ ସରକାରରେ ଦେଖାଦେଉଛି ? ପୂର୍ବ ସରକାରରେ ତ ଷ୍ଟୋରେଜ୍ ସମସ୍ୟା ନଥିଲା ? ଚାଷୀ ଓ ଚାଷ ପାଇଁ ସରକାର ମନୋବୃତ୍ତି ନାହିଁ । ‘ଚା’ରେ ପଡ଼ିବ କେତେ ଚିନି, ଚାଲ ଯିବା ଦିଲ୍ଲୀ, ଏହି ନ୍ୟାୟରେ ଚାଲିଛି ଡବଲ ଇଞ୍ଜିନ୍ ସରକାର।’

ସେପଟେ ମନ୍ତ୍ରୀ କହିଛନ୍ତି ମିଲର୍ସଙ୍କ ପାଖରେ ଷ୍ଟୋରେଜ କ୍ଷମତା ଯେତିକି ଥିଲା ସେତିକି ଧାନ ରହିଯାଇଛି । ଯେତେ ଯେତେ ଖାଲି ହେଉଛି ସେତିକି ସେତିକି ଧାନ ଉଠୁଛି । ସବୁ ଚାଷୀଙ୍କ ଧାନ ଉଠିବ । ସମୟ ଅବଧି ସରିଲେ ବି ତାକୁ ବୃଦ୍ଧି କରାଯିବ। ଏବର୍ଷ ପ୍ରବଳ ଧାନ ହୋଇଛି । ପ୍ରତି ପଞ୍ଚାୟତରେ ମଣ୍ଡି ତିଆରି ହୋଇ ଷ୍ଟୋର କରାଯିବ । ସରକାର ନିଷ୍ପତ୍ତି ନେଇଛନ୍ତି । ବିଧାନସଭାରେ ବିରୋଧୀ ପ୍ରସଙ୍ଗ କଲେ ସେଥିପାଇଁ ଉତ୍ତର ପ୍ରସ୍ତୁତ ଅଛି।