ଭୁବନେଶ୍ବର ୧୧।୪: ଜଳ ସମସ୍ୟା ଦୂରୀକରଣ ପାଇଁ ନୂଆ ୨୧ ହଜାର ୩ଶହ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ କରାଯାଇଛି । ଜଳ ସମସ୍ୟା ନେଇ ଅଭିଯୋଗ ଆସିଲେ ୭ ଦିନ ମଧ୍ୟରେ ସମାଧାନ କରିବାକୁ ବିଭାଗକୁ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି । ଖରା ସମୟରେ ସମସ୍ତଙ୍କ ସହଯୋଗ କାମନା କଲେ ମନ୍ତ୍ରୀ । ବିଧାନସଭାର ଉତ୍ତରରେ ମୁଁ ଗୋଟେ ବର୍ଷ ସମୟ ମାଗିଛି । ୨୦୨୫ ମେଗା ପାଇପ୍ ଓ୍ବାଟର ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା କଥା ସେ କାମ ସମ୍ପୂର୍ଣ୍ଣ ହେବ । ବିଗତ ସରକାର ପାଣିର ସମସ୍ୟାକୁ ଦୃଷ୍ଟି ଦେଉନଥିଲେ । ଏ ସରକାର ସେ କାମ ଆରମ୍ଭ କରିସାରିଛନ୍ତି । ପୂର୍ବରୁ ୫ ଲକ୍ଷ ୨୦ ହଜାର ନଳକୂପ ଥିଲା । ଏବର୍ଷ ନୂଆ ସରକାର ୨୧ହଜାର ୩ଶହ ନଳକୂପ ବିଭିନ୍ନ ଜିଲ୍ଲାକୁ ଅନୁମୋଦନ କରିଛୁ । କାମ ପାଇଁ ମେସିନ ଓ ଗାଡି ଅଭାବ ଅଛି । କେମିତି ନଳକୂପ ଶୀଘ୍ର ଖୋଲାଯିବ ସେ ପାଇଁ କାମ କରୁଛୁ ।
ପାଣି ପାଇଁ ଯେଉଁ ସମସ୍ୟା ଗଣମାଧ୍ୟମରେ ପ୍ରକାଶ ହେଉଛି ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ୟା ନେଇ ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ମନ୍ତ୍ରୀ କହିଛନ୍ତି । ଯେଉଁଠି ନିର୍ଦ୍ଧାରିତ ସମୟ ଭିତରେ ଜଳ ପ୍ରକଳ୍ପ କାମ ସରିନି ସେଠାରେ ସଂସ୍ଥା ଗୁଡିକ ଟ୍ୟାଙ୍କ ମାଧ୍ୟମରେ ପ୍ରତ୍ୟେକ ଗାଁକୁ ପାଣି ଦିଆଯିବ ।
You Can Read:
ଏବର୍ଷ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଲକ୍ଷେ ୫୯ ହଜାର ଲୋକ ଘର ପାଇବେ : ପଞ୍ଚାୟତିରାଜ ମନ୍ତ୍ରୀ