ସରିଲା କ୍ରିତି ସାନନ୍‌ଙ୍କ ଅପକମିଙ୍ଗ ରୋମାଣ୍ଟିକ୍ ଫିଲ୍ମ ‘କକ୍‌ଟେଲ୍‌ -୨’ର ସୁଟିଂ, ରିଲିଜ୍‌ ଅପେକ୍ଷାରେ ଫ୍ୟାନ୍ସ

NEWS7
color-of-rajasthan-assembly-changed-speaker-there-was-vaastu-defect--

ମୁମ୍ୱାଇ,୨୭।୧୨: ଅପକମିଂ ରୋମାଣ୍ଟିକ୍ କମେଡି ‘କକ୍ଟେଲ୍-୨’ର ସୁଟିଂ ଶେଷ କରିଛନ୍ତି କ୍ରିତି ସାନନ୍ । ଫିଲ୍ମର ସୁଟିଂକୁ ସେ ଖୁବ୍ ଉପଭୋଗ କରିଛନ୍ତି । ଏହି ମାହୋଲ ଖୁସି, ସକାରାତ୍ମକ ଓ ମଜାଦାର ଥିଲା ବୋଲି ସେ କହିଛନ୍ତି । ଫିଲ୍ମରେ ତାଙ୍କ ସହ ଶାହିଦ କପୁର ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ହୋମି ଆଦାଜାନିଆ ।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ କ୍ରିତି କହିଛନ୍ତି, ବହୁତ ଦିନ ଧରି ଏକ ହାଲ୍କା-ଫୁଲ୍କା ପ୍ରୋଜେକ୍ଟ ସେ ଖୋଜୁଥିଲେ । ଖାସକରି ‘ତେରେ ଇଶ୍କ ମେଁ’ ଭଳି ଗମ୍ଭୀର ଫିଲ୍ମ ପରେ ‘କକ୍ଟେଲ୍-୨’ ଭଳି ଏକ ଫିଲ୍ମ ଚାହୁଁଥିଲେ । ମଜା ଓ ରୋମାଣ୍ଟିକ୍-କମେଡି ସ୍ପେସ୍ ତାଙ୍କର ଦରକାର ଥିଲା । ଠିକ୍ ସମୟରେ ଠିକ୍ ପ୍ରୋଜେକ୍ଟ ମିଳିଗଲା ।