Rajyasabha Election: ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ଘମାଘୋଟ, ଚିନ୍ତାରେ ବିଜେଡି ଓ କଂଗ୍ରେସ ଶିବିର

NEWS7
college-principal-suspend-in-the-death-case-of-a-10th-class-student-in-banki

ଭୁବନେଶ୍ଵର: ଘୋଡା ବେପାର ଆରୋପ କୁ ନେଇ ରାଜ୍ୟ ରାଜନୀତିରେ ଝଡ । କିଏ ବିଧାୟକମାନଙ୍କୁ ନେଇ ହୋଟେଲରେ ରଖିଲେଣି ତ ଆଉ କିଏ ଘନଘନ ବୈଠକ ଡାକି ବିଧାୟକ ମାନଙ୍କୁ ଖାଇବା ପିଇବା ଦେଇ ଆପ୍ୟାୟିତ କରିବାରେ ମାତିଲେଣି । ସେପଟେ କିନ୍ତୁ ଘୋଡା ବେପାର ନେଇ ବିଜେପି, ବିଜେଡି ଓ କଂଗ୍ରେସ ପରସ୍ପରକୁ ଆକ୍ଷେପ କରିବାକୁ ଭୁଲି ନାହାଁନ୍ତି ।ବିଶେଷଜ୍ଞଙ୍କ ମତ ଓଡିଶାରେ ଘୋଡା ବେପାର ନୂଆ ନୁହେଁ । ଆଗରୁ ସବୁ ଦଳର ବିଧାୟକ କ୍ରସ ଭୋଟିଂ କରିବା ନଜିର ରହିଛି।

ରାଜ୍ୟସଭା ନିର୍ବାଚନରେ ଘୋଡା ବେପାରକୁ ନେଇ ଘମାଘୋଟ । ବିରୋଧୀଠୁ ଶାସକ ସମସ୍ତେ ପରସ୍ପର ଆଡକୁ ଅଙ୍ଗୁଳି ଉଠାଉଛନ୍ତି ଆଉ ଘୋଡାବେପାର କରୁଥିବା ନେଇ ଆକ୍ଷେପ କରୁଛନ୍ତି । ରାଜ୍ୟସଭା ଭୋଟ ପାଇଁ ଆଉ ମାତ୍ର ଗୋଟିଏ ଦିନ ମଝିରେ । କିନ୍ତୁ ବିରୋଧି କ୍ୟାମ୍ପକୁ ଘୋଡା ବେପାର ଭୟ ଏତେ ଜୋରରେ ଘାରିଛି ଯେ ସେମାନଙ୍କ ବିଧାୟକ ମାନେ କିଭଳି ସୁରକ୍ଷିତ ରହିବେ ତାକୁ ନେଇ ଚିନ୍ତିତ ବିଜେଡି ଓ କଂଗ୍ରେସ ଶିବିର।

Also read: Rajyasabha Race : ବର୍ଷିଲେ କଟକ ବାରବାଟୀ ବିଧାୟିକା, କହିଲେ ବିଜେଡିକୁ ସମର୍ଥନ ନିଷ୍ପତ୍ତି ଭୁଲ୍

ନବୀନଙ୍କୁ ଟାର୍ଗେଟ୍ କଲା ବିଜେପି

ଆଜି ବିଜେଡି ବିଧାୟକଙ୍କ ବୈଠକ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ସିଧା ନିଶାନା ସାଧିଛନ୍ତି । କହିଛନ୍ତି ବିଜେପି ଘୋଡା ବେପାର କରୁଛି। ଯାହା ଗଣତନ୍ତ୍ରରେ ଅପରାଧ ବୋଲି ବିବେଚନା କରାଯାଏ । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଶାସକ ଦଳ ଆମ ବିଧାୟକମାନଙ୍କୁ ପ୍ରଲୋଭିତ କରି ଘୋଡା ବେପାର ପାଇଁ ଚେଷ୍ଟା କରୁଛି । କଂଗ୍ରେସ ବିଧାୟକ ଦାସରଥି ଗମାଙ୍ଗ କାହା ଫୋନ୍ ଉଠାଉନଥିବାରୁ ଘୋଡା ବେପାର ଆଶଙ୍କା ସୃଷ୍ଟି ହୋଇଛି ।

‘ନବୀନ ବାବୁ ଆଡମିଟ କରିଦେଲେ ସେ ହାରି ସାରିଲେଣି’

ବିଜେଡି ଓ କଂଗ୍ରେସର ଘୋଡା ବେପାର ଆକ୍ଷେପକୁ କଡା କାଉଣ୍ଟର କରିଛି ବିଜେପି । ବିଜେପି ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି | ଆମେ ଘୋଡା ବେପାର କରୁ ନାହୁଁ | ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ | ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ କରିଦେଲେ ସେ ହାରି ସାରିଲେଣି | ଆମେ ଘୋଡା ବେପାର କରୁ ନାହୁଁ ବରଂ ବିବେକାନୁମୋଦିତ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ। ସେହିଭଳି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ବିସ୍ଫୋରକ ତଥ୍ୟ ରଖିଛନ୍ତି । କହିଛନ୍ତି, ଅତୀତରେ ଘୋଡା ବେପାର ପାଇଁ ମୋତେ ଅଫର କରିଥିଲେ ନଵୀନ | ମୋତେ କିଣିବାକୁ ଚେଷ୍ଟା କରିଥିଲେ ଏବଂ ୩ ଜଣନେତା ପଠାଇଥିଲେ | ମୁଁ ମନା କରିଥିଲି । ସେଥିପାଇଁ ସେ ଏମିତି ଘୋଡା ବେପାର କଥା କହୁଛନ୍ତି ନବୀନ |

Also read: ବିଜେପିକୁ ନବୀନଙ୍କ ଟାର୍ଗେଟ, କହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଦଳ କରୁଛି ଘୋଡ଼ା ବେପାର, ଜବାବ ରଖିଲେ ଜୟନାରାୟଣ ମିଶ୍ର

ଓଡ଼ିଶାରେ ଘୋଡ଼ା ବେପାର ନୂଆ ନୁହେଁ

ବିଶେଷଜ୍ଞଙ୍କ କହିବା କଥା, ଘୋଡା ବେପାର ଏବେର ନୁହଁ । ଓଡିଶାରେ ଏହା ୧୯୯୮ ଓ ୨୦୦୨ ମସିହାରେ ବି ହୋଇଛି । ୧୯୯୮ ମସିହାରେ କଂଗ୍ରେସ ସରକାର ସମୟରେ ଘୋଡା ବେପାର ସବୁଠାରୁ ଚର୍ଚ୍ଚାରେ ରହିଥିଲା । ୨୦୦୨ରେ ପୁଣି ଦିଲ୍ଲୀପ ରାୟଙ୍କ କ୍ଷେତ୍ରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ୨୦୧୦ରେ ବୈଷ୍ଣବ ପରିଡାଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଥିଲା । ୨୦୦୨ରେ ଦିଲୀପଙ୍କୁ ବିଜେପି, ବିଜେଡି, କଂଗ୍ରେସ ସବୁ ଦଳ ବିଧାୟକ କ୍ରସ ଭୋଟିଂ କରିଥିଲେ । ୨୦୧୦ରେ ବୈଷ୍ଣବ ପରିଡାଙ୍କୁ ୩ ଜଣ କଂଗ୍ରେସ ବିଧାୟକଙ୍କ ଭୋଟ ଦେଇଥିଲେ । କିନ୍ତୁ ଏବେ ଓପନ୍ ଭୋଟ ହୋଇଛି ଯିଏ କ୍ରସ ଭୋଟିଂ କରିବେ ସେ ଧରା ପଡିବେ । ଏଥର ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ହେବା ନେଇ ଜଳ ଜଳ ଦିଶୁଛି । ତେଣୁ ସବୁ ଦଳ ଘୋଡା ବେପାର ରୋକିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ।