୨୦୨୬-୨୭ ଆର୍ଥିକ ବର୍ଷରେ ୬୦ହଜାର ୮୦୦କୋଟି ଟଙ୍କା ଋଣ କରିବେ ସରକାର: ବିରୋଧୀଙ୍କ ଟାର୍ଗେଟ୍

NEWS7
cm-wish-makar-sankranti-for-odisha-people

ଭୁବନେଶ୍ୱରମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ଥର ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି ପାଇଛି। ବଜେଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ,କୃଷି ଓ ଖଣଜି ସମ୍ପଦ ଆଦି ବିଭିନ୍ନ ଦିଗ ପାଇଁ ବ୍ୟୟ ବରାଦ କରାଯାଇଛି। ଏଥର ୧୬ଟି ନୂଆ ଯୋଜନା ଘୋଷଣା କରାଯାଇଛି।

ତେବେ ବଜେଟ୍ ପାଇଁ ୨୦୨୬-୨୭ଆର୍ଥିକ ବର୍ଷରେ ସରକାର ୬୦ହଜାର ୮୦୦କୋଟି ଟଙ୍କା ଋଣ କରିବେ। ଖୋଲା ବଜାରରୁ ୪୦ପ୍ରତିଶତ ଋଣ ଆଣିବେ। ଫଳରେ ରାଜ୍ୟ ମୋଟ ଋଣ ଭାର ୧ଲକ୍ଷ ୫୫ହଜାର ୭୧୦କୋଟି ଟଙ୍କା ହୋଇଯିବ। ଯଦି ଏହି ଋଣ ଭାରକୁ ରାଜ୍ୟର ଜନସାଧାରଣଙ୍କ ଉପରେ ପଡ଼େ ତେବେ ମୁଣ୍ଡପିଛା ଋଣ ଭାର ୨୭ହଜାର ୬୨୫ଟଙ୍କା ହେଉଛି।ଋଣ ଭାର କ୍ଷେତ୍ରରେFRBMଅଧିନିୟମକୁ ପୂର୍ଣ୍ଣ ଅନୁପାଳନ କରାଯାଇଥିବା ଦର୍ଶାଇଛନ୍ତି ରାଜ୍ୟ ସରକାର।

ପଢ଼ନ୍ତୁ- ଓଡ଼ିଶା ବଜେଟ୍ ୨୦୨୬: ବଜେଟକୁ ନେଇ କ’ଣ କହିଲେ ବିରୋଧୀ ?

ରାଜ୍ୟ ସରକାର ଋଣ ବୁଡ଼ୁଥିବା ନେଇ ବିରୋଧୀ ଧଳର ନେତାମାନେ ଅଭିଯୋଗ କରିଛନ୍ତି। ଭୋଗରାଇ ବିଜେଡି ବିଧାୟକ ଗୌତମ ବୁଧ ଦାସ ଏନେଇ କହିଛନ୍ତି ଯେରାଜ୍ୟ ଅର୍ଥନୀତିରେ କଳଙ୍କି ଲାଗି ଯାଇଛି। ନବୀନ ପଟ୍ଟନାୟକ ଆର୍ଥିକ ପରିଚାଳନାକୁ ଏକ ନମ୍ବର କରିଥିଲେ। ହେଲେ ବିଜେପି ସରକାର ଏହାକୁ ୨୫ ବର୍ଷ ପଛକୁ ଠେଲି ଦେଉଛନ୍ତି। ଋଣ ଭାର ବଢୁଛି। ଗତ ବର୍ଷFRBM୧୨% ଏବେ ୧୪.୧% କୁ ପହଁଚିଛି। ବିତୀୟ ନିୟଣ୍ଟ ବଢିଛି। ୨୪ ବର୍ଷରେ ନବୀନ ପଟ୍ଟନାୟକ ୭୮ ହଜାର କୋଟି ଋଣ କରିଥିଲେ। ଯାହା ଏହି ସରକାରରେ ଡବଲ ହୋଇ ୧.୫୬ କୋଟି ହେଲାଣି। କେନ୍ଦ୍ର ଅନୁଦାନ କମି ଚାଲୁଛି। ୪୦% ଅନୁଦାନ ରାଜ୍ୟକୁ ଦେବାକୁ ପଡ଼ିବ। ନୂଆ ଯୋଜନାକୁ ନାଁକୁ ମାତ୍ର କରି ବ୍ୟୟ ବରାଦ କମ ରଖିଛନ୍ତି।

ସେହିପରି ଅରୁଣ ସାହୁ ମଧ୍ୟ ରାଜ୍ୟ ଉପରେ ବଢ଼ୁଥିବା ଋଣ ଭାରକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରୁଣ କରି ସରକାର ଘିଅ ଖାଇବେ। ଋଣରୁ ହିଁ ବଜେଟ ଆକାର ବଢାଇଛନ୍ତି ବୋଲି ଅରୁଣ ସାହୁ ଅଭିଯୋଗ କରିଛନ୍ତି।