ବିଜେପି ପାଇଥିବା ଚାନ୍ଦାରେ ରେକର୍ଡ ୬୮% ବୃଦ୍ଧି, କଂଗ୍ରେସର ୪୩% ହ୍ରାସ, ଜାଣନ୍ତୁ କେଉଁ ଦଳକୁ ମିଳିଛି କେତେ ଟଙ୍କା

NEWS7
cm-to-present-budget-proposal-for-2025-26-in-assembly

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୬,୬୫୪.୯୩ କୋଟି ଦାନ ପାଇଛି । ଏହା ପୂର୍ବ ବର୍ଷ ତୁଳନାରେ ୬୮ ପ୍ରତିଶତ ଅଧିକ । ଆଲୋଚ୍ୟ ବର୍ଷରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଦସ୍ୟତା ଅନୁସାରେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପି ଶେଷ ଆର୍ଥିକ ବର୍ଷ ପାଇଁ ଏହାର ଦାନ ରିପୋର୍ଟ ଡିସେମ୍ବର ୮ରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲା । ନିର୍ବାଚନ କମିଶନଙ୍କ ୱେବସାଇଟରେ ଉପଲବ୍ଧ ଏହି ରିପୋର୍ଟରେ ୨୦,୦୦୦ରୁ ଅଧିକ ସମସ୍ତ ଦାନର ବିବରଣୀ ରହିଛି ।

ଦାନ କେବେ ଏବଂ କେଉଁ ନିର୍ବାଚନ ସମୟରେ ମିଳିଥିଲା?

ରିପୋର୍ଟ ଅନୁଯାୟୀ, ଏହି ଦାନ ୧ ଏପ୍ରିଲ୍ ୨୦୨୪ରୁ ୩୦ ମାର୍ଚ୍ଚ ୨୦୨୫ ମଧ୍ୟରେ ଗ୍ରହଣ କରାଯାଇଛି । ଏହି ସମୟ ମଧ୍ୟରେ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ, ସିକିମ୍, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଜମ୍ମୁ କାଶ୍ମୀର, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବିଧାନସଭା ନିର୍ବାଚନ ମଧ୍ୟ ସାମିଲ ରହିଛି । ବିଜେପି ଗତ ଆର୍ଥିକ ବର୍ଷରେ ୩,୯୬୭ କୋଟି ଟଙ୍କା ଦାନ ପାଇଥିଲା, ଯାହା ଚଳିତ ବର୍ଷ ୬୮ ପ୍ରତିଶତ ବୃଦ୍ଧି ପାଇଛି ।

ନିର୍ବାଚନ ଟ୍ରଷ୍ଟରୁ ସର୍ବାଧିକ ଅବଦାନ

ରିପୋର୍ଟରେ କୁହାଯାଇଛି ଯେ ବିଜେପିକୁ ମିଳିଥିବା ମୋଟ ଦାନର ପ୍ରାୟ ୪୦ ପ୍ରତିଶତ ନିର୍ବାଚନୀ ଟ୍ରଷ୍ଟରୁ ଆସିଥିଲା ।

  • ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ: ୨,୧୮୦ କୋଟି
  • ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ: ୭୫୭ କୋଟି
  • ନ୍ୟୁ ଡେମୋକ୍ରାଟିକ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ: ୧୫୦ କୋଟି
  • ଅନ୍ୟାନ୍ୟ ଟ୍ରଷ୍ଟଗୁଡ଼ିକରୁ ମୋଟ ୩,୧୧୨.୫ କୋଟି ପ୍ରାପ୍ତ ହୋଇଥିଲା
  • ଅବଶିଷ୍ଟ ଦାନ କମ୍ପାନି ଏବଂ ବ୍ୟକ୍ତିଗତ ଦାତାମାନଙ୍କଠାରୁ ଆସିଥିଲା

କର୍ପୋରେଟ୍ ଦାତାଙ୍କ ଠାରୁ ଦାନ

  • ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ: ୧୦୦ କୋଟି
  • ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍: ୯୫ କୋଟି
  • ବେଦାନ୍ତ: ୬୭ କୋଟି
  • ମାକ୍ରୋଟେକ୍ ଡେଭଲପର୍ସ (ଲୋଧା): ୬୫ କୋଟି
  • ବଜାଜ ଗ୍ରୁପ୍ ତିନୋଟି କମ୍ପାନି: ୬୫ କୋଟି
  • ଡିରାଇଭ ଇନଭେଷ୍ଟମେଣ୍ଟ: ୫୦ କୋଟି

ଅନ୍ୟାନ୍ୟ ଦାନ:

  • ମାଲାବାର ଗୋଲ୍ଡ: ୧୦ କୋଟି
  • କଲ୍ୟାଣ ଜୁଏଲର୍ସ: ୧୫.୧ କୋଟି
  • ହିରୋ ଗ୍ରୁପ୍: ୨୩.୬୫ କୋଟି
  • ଦିଲୀପ ବିଲ୍ଡକନ୍: ୨୯ କୋଟି
  • ଆଇଟିସି ଲିମିଟେଡ୍: ୩୫ କୋଟି
  • ୱେଭ୍ ଇଣ୍ଡଷ୍ଟ୍ରିଜ୍: ୫.୨୫ କୋଟି
  • ଜିରୋଧା (ନିଖିଲ କାମାଥ): ୧.୫ କୋଟି

ବିଜେପି ନେତାଙ୍କ ବ୍ୟକ୍ତିଗତ ଅବଦାନ

  • ହିମନ୍ତ ବିଶ୍ୱ ଶର୍ମା (ଆସାମ ମୁଖ୍ୟମନ୍ତ୍ରୀ): ୩ ଲକ୍ଷ
  • ପିଜୁଶ ହଜାରିକା (ଆସାମ ମନ୍ତ୍ରୀ): ୨.୭୫ ଲକ୍ଷ
  • ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ର ଶିକ୍ଷା ମନ୍ତ୍ରୀ): ୧ ଲକ୍ଷ
  • ମୋହନ ଚରଣ ମାଝୀ (ଓଡିଶା ସିଏମ୍): ୫ ଲକ୍ଷ
  • ପୁଷ୍ପମିତ୍ର ଭର୍ଗାଭା (ଇନ୍ଦୋର ମେୟର): ୧ ଲକ୍ଷ
  • ଆକାଶ ବିଜୟବର୍ଗୀୟ: ୧ ଲକ୍ଷ

ଅନ୍ୟ ଦଳଗୁଡ଼ିକୁ ମିଳିଥିବା ଦାନ

  1. କଂଗ୍ରେସ: ୫୨୨.୧୩ କୋଟି (ଗତ ବର୍ଷ ୧,୧୨୯ କୋଟି) – ୪୩% ହ୍ରାସ
  2. ଟିଏମସି: ୧୮୪.୦୮ କୋଟି (ଗତ ବର୍ଷ ୬୧୮.୮ କୋଟି)
  3. ବିଆରଏସ୍: ୧୫.୦୯ କୋଟି (ପୂର୍ବ ବର୍ଷ ୫୮୦ କୋଟି)
  4. ଆପ୍:୩୯.୨ କୋଟି (ଗତ ବର୍ଷ୨୨.୧ କୋଟି)
  5. ଟିଡିପି: ୮୫.୨ କୋଟି (ଗତ ବର୍ଷ ୨୭୪ କୋଟି)
  6. ବିଜେଡି: ୬୦ କୋଟି (ଗତ ବର୍ଷ ୨୪୬ କୋଟି)

୨୦୨୪-୨୫ ହେଉଛି ନିର୍ବାଚନୀ ବଣ୍ଡ୍ ରଦ୍ଦ ହେବା ହେବା ପରେ ପ୍ରଥମ ବର୍ଷ । ସୁପ୍ରିମକୋର୍ଟ ଏହି ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।