LIVE TV

UN ଶାନ୍ତିଦୁତଙ୍କ ଉପରେ ଇସ୍ରାଏଲର ଆକ୍ରମଣ : ଟ୍ୟାଙ୍କରୁ କଲା ଗୁଳି ବର୍ଷା

NEWS7
cm-naveen-pattnaik-will-prachar-today-by-virtual

ନୂଆଦିଲ୍ଲୀ, ୧୭|୧୧: ଜାତିସଙ୍ଘର ଶାନ୍ତିଦୁତଙ୍କ ଉପରେ ଆକ୍ରମଣ କଲା ଇସ୍ରାଏଲ । ଶାନ୍ତି ପ୍ରତିଷ୍ଠା ପାଇଁ ୟୁଏନ ପଠାଇଥିବା ଶାନ୍ତିଦୁତଙ୍କୁ ଉପରେ ଟ୍ୟାଙ୍କରୁ ହେଲା ଗୁଳିଗୋଳା ବର୍ଷା । ଯାହାକୁ ନେଇ ଏବେ ବିବାଦରେ ପଡିଛି ଇସ୍ରାଏଲ । ଏହାସହ ଇସ୍ରାଏଲ ବିରୋଧରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ ନେଇ ଅଭିଯୋଗ ଆସିଛି ।

ଲେବାନନରେ ଅବସ୍ଥାପିତ ୟୁଏନ ଫୋର୍ସର କହିବାନୁସାରେ, ସେମାନଙ୍କ ଉପରେ ଇସ୍ରାଏଲ ଟ୍ୟାଙ୍କ ଆକ୍ରମଣ କରିଥିଲା । ଲେବାନନର ସୀମା ଭିତରେ ଏହି ଆକ୍ରମଣ ହୋଇଛି । ଟ୍ୟାଙ୍କରୁ ମେସିନ ଗନ୍ ସାହାଯ୍ୟରେ ପ୍ରବଳ ଗୁଳି ମାଡ କରାଯାଇଥିଲା । ଏପରିକି ମାତ୍ର ୬-୭ ମିଟର ଦୂରରୁ ଗୁଳି ମାଡ ହୋଇଥିଲା । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି ।

ତେବେ ୟୁଏନ ଅଭିଯୋଗକ ଜବାବ ଦେଇଛି ଇସ୍ରାଏଲ । କହିଛି ଯେ, ଖରାପ ପାଗ ପାଇଁ ସେମାନେ ଜାଣି ପାରିନଥିଲେ । ସେନାକୁ ଦକ୍ଷିଣ ଲେବାନନରେ ଦୁଇ ଜଣ ସନ୍ଦିଗ୍ଧ ବୁଲୁଥିବା ଖବର ଆସିଥିଲା । ପ୍ରଥମେ ଇସ୍ରାଏଲି ସେନା ସେମାନଙ୍କୁ ଚେତାବନୀ ଦେଇଥିଲା । କିନ୍ତୁ ସେମାନେ ସେଠାରୁ ଚାଲିଯାଇଥିଲେ । ପରେ ସନ୍ଦିଗ୍ଧମାନେ ୟୁଏନ ଶାନ୍ତିଦୁତ ବା ପିସ୍ ଫୋର୍ସ ବୋଲି ଜଣାପଡିଥିଲା । ସୀମାରେ ପାଟ୍ରୋଲିଂ କାର୍ଯ୍ୟରେ ସେମାନେ ସହଯୋଗ କରୁଥିଲେ ।

ଇସ୍ରାଏଲ ଆହୁରି କହିଛି ଯେ, ଶାନ୍ତିଦୂତଙ୍କ ଉପରେ ସିଧାସଳଖ ଆକ୍ରମଣ ହୋଇନି । ସେମାନଙ୍କୁ ପ୍ରଥମେ ବ୍ଲାଙ୍କ୍ ଫାୟାରିଂ କରାଯାଇ ଚେତାବନୀ ଦିଆଯାଇଥିଲା । କିନ୍ତୁ ଘଟଣାକୁ ଗୁରୁତର ସହ ନେଇଛି ଜାତିସଙ୍ଘ । ଜାତିସଙ୍ଘର ନିୟମକୁ ଇସ୍ରାଏଲ ଖୁଲମଖୁଲା ଅମାନ୍ୟ କରିଛି । କାରଣ କୌଣସି ସୈନ୍ୟ ଦକ୍ଷିଣ ଲେବାନନରେ ଅପରେସନ କରିପାରିବେନି ବୋଲି କୁହାଯାଇଥିଲା । କିନ୍ତୁ ଇସ୍ରାଏଲ ସୈନ୍ୟ ସେଠାରେ ପଇଁତରା ମାରୁଥିଲେ । ଯାହାକୁ ଜାତି ସଙ୍ଘ ସୁରକ୍ଷା ପରିଷଦରେ ଉଠାଯିବ ବୋଲି ୟୁଏନ କହିଛି ।