ପୁରୀ ୦୧।୦୭ : ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ସେବାୟତଙ୍କୁ ଭେଟି ବିଭିନ୍ନ ସଂପର୍କରେ ଆଲୋଚନା କରିବେ ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ପୁରୀ ଗସ୍ତରେ ଯିବେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନ ୩ଟାରେ ସେବାୟତଙ୍କ ସହିତ ଆଲୋଚନା କରିବେ । ଆଗକୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନା ବେଶ ରହିଥିବାରୁ କିଭଳି ସୁରୁଖୁରୁରେ ହେବ । ସେନେଇ ସେବାୟତଙ୍କ ଆଲୋଚନା କରିବେ ।