ଭୁବନେଶ୍ୱର ୩୦।୦୭ : ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଥିରେ ଉପସ୍ଥିତ ଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଡି.କେ ସିଂ । ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ସଂପର୍କରେ ତଦାରଖ କରିଛନ୍ତି ।
ଲଗାଣ ବର୍ଷାରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲା ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଏପିରିକି ଅନେକ ତଳିଆ ଅଞ୍ଚଳରେ ପାଣିଘେରରେ ରହିଥିଲା । ଯାହାଫଳରେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଥିଲେ । ତେବେ ଏହି ପାଞ୍ଚ ଜିଲ୍ଲାର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଡି. କେ ସିଂ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।
ବନ୍ୟା ପ୍ରଭାବିତ ଜିଲ୍ଲା ବୁଲି ଦେଖିବା ପରେ ପ୍ରେସମିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୩ ଜିଲ୍ଲାର ୮ଟି ବ୍ଲକ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ ପ୍ରଭାବିତ ହୋଇଛି । ଯେଉଁଥିରେ ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ବର ରହିଛି । ବାକି ଭଦ୍ରକ ଜିଲ୍ଲାର ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକ୍ ପ୍ରଭାବିତ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ସେପରି ଭାବେ ପ୍ରଭାବିତ ହୋଇନାହିଁ । ମୋଟ ୮୧ଟି ଗାଁର ୩୦ ହଜାର ଲୋକ କ୍ଷତି ସହିଛନ୍ତି । ବର୍ତ୍ତମାନ ବନ୍ୟାସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ୧୦ ହଜାର ଲୋକଙ୍କୁ ଦୁଇ ବେଳେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯେଉଁ ସବୁ ସ୍ଥାନରେ ଲୋକଙ୍କ କ୍ଷତି ହୋଇଛି । ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବ । ଜିରୋ କାଜୁଆଲିଟିକୁ ସରକାର ଗୁରୁତ୍ୱ ଦେଉଛନ୍ତି ।