ଭୁବନେଶ୍ବର ୧୨।୬: ରାଜ୍ୟରେ ବିଜେପି ସରକାରଙ୍କର ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସ୍ତରୀୟ ବିକାଶ ବାହନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଏହି ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିଠୁ ଜୁନ୍ ୨୧ ଯାଏଁ ଗଡ଼ିବ ଏହି ବିକାଶ ବାହନ । ସାରା ରାଜ୍ୟରେ ବୁଲିବ ବିକାଶ ବାହନ । ଜନକଲ୍ୟାଣକାରୀ ଯୋଜନା ସୂଚନା ଘରେ ଘରେ ପହଞ୍ଚାଇବ । ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନତା କରିବ ଏହି ବାହନ । ଲୋକଙ୍କ ସେବାରେ ସମର୍ପିତ ଏକ ବର୍ଷ । ନାରୀ ଶକ୍ତି, ଯୁବ ଶକ୍ତି, ଅନ୍ନଦାତା, ସାମାଜିକ ପ୍ରତିବଦ୍ଧତାର ବାର୍ତ୍ତା ବାଣ୍ଟିବ । ସୁଭଦ୍ରା ଯୋଜନା, ପଛୁଆ ବର୍ଗ ସଂରକ୍ଷଣ, ଇନପୁଟ ସହାୟତା ଭଳି ବିଭିନ୍ନ ବାର୍ତ୍ତା ବାଣ୍ଟିବ ଏହି ବିକାଶ ବାହନ ।
ରାଜ୍ୟର ୩୧୪ ବ୍ଲକ୍ରେ ବୁଲିବ ବିକାଶ ବାହନ । ୫ ମହାନଗର ନିଗମ, ୧୧୫ ପୌରାଞ୍ଚଳରେ ବି ଗଡ଼ିବ ଏହି ବାହନ ।
You Can Read:
ସୁକୁମାରେ ଏନ୍କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ହାର୍ଡକୋର ମାଓବାଦୀ