ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିବାକୁ ଅନୁରୋଧ

Published By : Prameya-News7 Bureau | August 12, 2024 IST

ଭୁବନେଶ୍ବର ୧୨: ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା କାନଭାସରେ ଦସ୍ତଖତ କରିବା ସହ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କଲେ ଅଭିଯାନ । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ଦସ୍ତଖତ କରିଥିଲେ । ଏହି ଅବସରରେ ସମସ୍ତ ମନ୍ତ୍ରୀମାନେ ତ୍ରିରଙ୍ଗା ଉଡାଇଥିଲେ । 

ତେବେ ୯ରୁ ୧୫ତାରିଖ ଯାଏଁ ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିବାକୁ ବି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

You Can Read:

ଅଧ୍ୟାପକଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ, ଆକ୍ରମଣର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.