RBIର ମୁଦ୍ରାନୀତି ପରିଣାମ ଘୋଷଣା ପୂର୍ବରୁ ବଜାରରେ ଉତ୍ସାହ, ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | June 05, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବୁଧବାର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୪୪୪ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ପୁଣି ଥରେ ୨୪,୭୫୦ ସ୍ତର ପାର୍ କରିଛି । ଆରବିଆଇର ମୁଦ୍ରାନୀତି କମିଟି ବୈଠକ ପରିଣାମ ଘୋଷଣା ପୂର୍ବରୁ ବଜାରରେ ଏହି ବୃଦ୍ଧି ଦେଖିବାକୁ ମିଳିଛି । ଆରବିଆଇ ଆସନ୍ତାକାଲି ଜୁନ୍ ୬ରେ ବୈଠକର ପରିଣାମ ଘୋଷଣା କରିବ । 

କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିବା ନେଇ ବଜାର ଆଶା ରଖିଛି । ସୁଧ ହାର ହ୍ରାସ ଆଶାରେ ରିୟଲ ଇଷ୍ଟେଟ୍ କମ୍ପାନିର ସେୟାରରେ ଅଧିକ କ୍ରୟ ଦେଖିବାକୁ ମିଳିଛି । ଫାର୍ମା ସେୟାରର ବି ଭଲ ପ୍ରଦର୍ଶନ କରିଛି । ଏହି କାରଣରୁ ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୨.୩୭ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ବ୍ରଡର ମାର୍କେଟରେ ବି ମିଡକ୍ୟାପ୍ ଇଣ୍ଡେକ୍ସ ୦.୬୯ ପ୍ରତିଶତ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୦.୬୫ ପ୍ରତିଶତ ବଢି ବନ୍ଦ ହୋଇଛି ।

କାରବାର ଶେଷରେ ବିଏସଇ ସେନ୍‌ସେକ୍ସ ୪୪୩.୭୯ ଅଙ୍କ ବା ୦.୫୫ ପ୍ରତିଶତ ବଢି ୮୧,୪୪୨.୦୪ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସଇ ନିଫ୍ଟି ୧୩୦.୭୦ ଅଙ୍କ ବା ୦.୫୩ ପ୍ରତିଶତ ବୃଦ୍ଧି ସହ ୨୪,୭୫୦.୯୦ ସ୍ତର ଛୁଇଁଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ଜୁନ୍ ୫ରେ ବଢି ୪୪୭.୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଜୁନ୍ ୪ରେ ୪୪୫.୨୦ ଲକ୍ଷ କୋଟି ଟଙ୍କା ହୋଇଛି । ଏହି ପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩.୬୧ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ୩.୬୧ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୦ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରେ ଇଟର୍ନଲ ସେୟାରରେ ସବୁଠୁ ଅଧିକ ୪.୬୬ ପ୍ରତିଶତ ବୃଦ୍ଧି ହୋଇଛି । ଅନ୍ୟପଟେ ୧୦ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଏଥିରେ ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାର ୧.୩୪ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.