ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହ ଅପରେସନ ସିନ୍ଦୂରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏଥିପାଇଁ ସଫଳ ହୋଇଥିଲା, କାରଣ ସଶସ୍ତ୍ର ବଳ ଉପରେ କୌଣସି କଟକଣା ନଥିଲା । ରାଜନୈତିକ ଇଚ୍ଛାଶକ୍ତି, ସ୍ପଷ୍ଟ ନିର୍ଦ୍ଦେଶ ଓ କୌଣସି ପ୍ରକାର କଟକଣା ନଥିବା କାରଣରୁ ଅପରେସନ ସିନ୍ଦୂର ସଫଳ ହୋଇଥିଲା । ଏୟାର ଚିଫ୍ ମାର୍ଶଲ୍ କହିଛନ୍ତି ଯେ ଆମେ କେତେ ଆଗକୁ ବଢିବୁ ତାହା ଆମେ ନିଜେ ନିଷ୍ପତ୍ତି ନେଇଥିଲୁ । ତିନି ସେନା ମଧ୍ୟରେ ସମନ୍ୱୟ ଥିଲା । ବାୟୁ ସେନା ମୁଖ୍ୟ କହିଛନ୍ତି ଯେ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ୫ ଯୁଦ୍ଧ ବିମାନକୁ ମାରି ଖସାଇଥିଲା । ପ୍ରାୟ ୩୦୦ କିଲୋମିଟର ଦୂରରେ ଏକ AEW&C/ELINT ବିମାନକୁ ମଧ୍ୟ ଖସାଇ ଦିଆଯାଇଥିଲା । ଏହା ଏକ ସ୍ୱତନ୍ତ୍ର ପ୍ରକାରର ବିମାନ ଯାହା ବାୟୁ ନିରୀକ୍ଷଣ ଏବଂ ସତର୍କ ସୂଚନା ପାଇଁ ବ୍ୟବହୃତ ହୁଏ । ଜକୋକାବାଦ ବାୟୁସେନା ଘାଟିରେ ପାର୍କିଂ ହୋଇଥିବା କିଛି ଏଫ୍-୧୬ ବିମାନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା ।
ଏୟାର ମାର୍ଶଲ ଏପି ସିଂହ ବେଙ୍ଗାଲୁରୁର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଆମ ଉପରେ କୌଣସି କଟକଣା ନଥିଲା । ଯଦି କିଛି ବାଧା ସୃଷ୍ଟି ହୋଇଥିଲା, ତାହା ଆମ ଦ୍ୱାରା ହୋଇଥିଲା..ଆଗକୁ ବଢିବା ନିଷ୍ପତ୍ତି ଭାରତୀୟ ସେନାକୁ କରିବାର ଥିଲା । ଏୟାର ମାର୍ଶଲ କହିଛନ୍ତି, ଆମକୁ ଯୋଜନା ପ୍ରସ୍ତୁତ କରିବା ଓ ଏହାକୁ ହାସଲ କରିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ଆମର ଆକ୍ରମଣ ପୂରା ଯୋଜନାବଦ୍ଧ ଥିଲା କାରଣ ଆମେ ଏହା ଉପରେ ପରିପକ୍ୱ ହେବାକୁ ଚାହୁଁଥିଲେ । ସେ ଆହୁରି କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳର ମୁଖ୍ୟ କାରଣ ହେଉଛି ରାଜନୈତିକ ଇଚ୍ଛଶକ୍ତି ଥିଲା ।
#WATCH | Bengaluru | "People got down to their egos in the war... Once we achieved our objective, we should have looked for all windows of opportunity to stop... Some people very close to me said, 'Aur maarna tha'. But can we continue to be at war?... The nation has taken a good… pic.twitter.com/HHzwombn1P
— ANI (@ANI) August 9, 2025
ଏହି ଅବସରରେ ଭାରତୀୟ ବାୟୁ ସେନା ମୁଖ୍ୟ ଅପରେସନ ସିନ୍ଦୂରକୁ ସ୍ଥଗିତ କରିବା ନିଷ୍ପତ୍ତିକୁ ବି ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, ଆମେ ଲଗାତାର ଯୁଦ୍ଧରେ ରହିପାରିବା ନାହିଁ । ଯୁଦ୍ଧକୁ ଜାରି ନରଖିବା ନିଷ୍ପତ୍ତି ଶୀର୍ଷ ସ୍ତରରେ ନିଆଯାଇଥିଲା ଓ ଆମେ ଏହାର ଅଂଶ ଥିଲୁ । ସେ ଏହା ବି କହିଛନ୍ତି ଯେ ଲୋକେ ଅଧିକାଂଶ ସମୟରେ ଯୁଦ୍ଧରେ ନିଜ ଅହଂକାରକୁ ଆଗରେ ରଖନ୍ତି । କିନ୍ତୁ ଯେତେବେଳେ ଆମେ ଲକ୍ଷ୍ୟ ହାସଲ ହୋଇଯାଏ, ସେତେବେଳେ ଯୁଦ୍ଧକୁ ରୋକିବା ଜରୁରି ହୋଇଥାଏ ।
।