ବଡବିଲ ୧୨।୭: ହଷ୍ଟେଲ ବିଲ୍ଡିଂରୁ ଡେଇଁପଡିଲେ ଛାତ୍ର । ଚତୁର୍ଥ ମହଲାରୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ଏକ ଇଂଗ୍ରାଜୀ ମିଡିୟମ୍ ସ୍କୁଲରେ ଘଟିଛି ଏଭଳି ଅଘଟଣ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ଏକ ଇଂଗ୍ରାଜୀ ମିଡିୟମ୍ ସ୍କୁଲରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ହଷ୍ଟେଲ ବିଲ୍ଡିଂର ଚତୁର୍ଥ ମହଲାରୁ ଡେଇଁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମୃତକ ହେଲେ ଝାଡ଼ଖଣ୍ଡ ଖରସୁଆଁ ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା ପ୍ରଧାନ l ଶନିବାର ଭୋର ପ୍ରାୟ ୫ଟା ବେଳେ ଏହି ଅଘଟଣ ଘଟିଛି ।
ତେବେ ଝରକା ଦେଇ ଡେଇଁବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନା ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକ ଚମ୍ପୁଆରେ ପହଞ୍ଚିଛନ୍ତି ।
You Can Read:
ଅଶ୍ୱିନୀ ବୈଷ୍ଣବ ପିତାଙ୍କ ଶ୍ରଦ୍ଧାଞ୍ଜଳି ସଭା, ସାମିଲ ହେଲେ ବିଜେପିର ବହୁ ବରିଷ୍ଠ ନେତା