Live Live
LIVE

ଟି-୨୦ ବିଶ୍ଵକପ୍ ଜିତିବା ପରେ ବି ଭରିଲାନି ସୂର୍ଯ୍ୟଙ୍କ ମନ, କଲେ ବହୁତ ବଡ଼ ଘୋଷଣା

NEWS7
class-teacher-forcefully-opened-students-legins-in-kolkata

ନୂଆଦିଲ୍ଲୀ: ରବିବାର ମାର୍ଚ୍ଚ ୮ ତାରିଖ ଇତିହାସ ରଚିଛି ଭାରତୀୟ କ୍ରିକେଟ୍ ଟିମ୍। ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଭାରତ ତୃତୀୟ ଥର ଟି-୨୦ ବିଶ୍ଵକପ୍ ଟାଇଟଲ୍ ଜିତି ପାରିଛି। ଏମଏସ ଧୋନୀ ଓ ରୋହିତ ଶର୍ମାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଟି-୨୦ ବିଶ୍ଵକପ୍ ଜିତିବାରେ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ବିଶ୍ଵକପର ଐତିହାସିକ ବିଜୟ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଭାରତୀୟ ଦଳର ପରବର୍ତ୍ତୀ ଲକ୍ଷ୍ୟ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିବା ଉପରେ ରହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ବିଶ୍ଵକପ୍ ବିଜୟକୁ ଐତିହାସିକ ଦର୍ଶାଇଛନ୍ତି। ଏହା ସହିତ ଭବିଷ୍ୟତର ଆଗାମୀ ଚ୍ୟାଲେଞ୍ଜ ଉପରେ ମଧ୍ୟ ନିଜର ମତ ରଖିଛନ୍ତି। ଏହି ସମୟରେ ସୂର୍ଯ୍ୟ କହିଛନ୍ତି ଯେ, ଏହି ବିଜୟ ବହୁତ ଖାସ୍। ମାତ୍ର ସବୁଠୁ ବଡ଼ ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ। ୨୦୨୮ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିବା ସହ ସେହି ବର୍ଷ ଟି-୨୦ ବିଶ୍ଵକପ୍ ଜିତିବା ଆମର ଲକ୍ଷ୍ୟ।

Also read: ପରଦା ପଛରେ ରହି ଭାରତ ପାଇଁ ସାଜିଲେ ହିରୋ, ୩ ଥର ଟିମ୍ ଇଣ୍ଡିଆକୁ କରାଇଛନ୍ତି ଚାମ୍ପିଅନ

କ୍ରିକେଟରେ ପ୍ରଥମ ଥର ୧୯୦୦ ମସିହାରେ ଅଲିମ୍ପିକ୍ସ ଖେଳା ଯାଇଥିଲା। ମାତ୍ର ୧୨୮ ବର୍ଷ ପରେ କ୍ରିକେଟ୍ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ୨୦୨୮ରେ ପ୍ରତ୍ୟାବର୍ତ୍ତନ କରୁଛି। ଭାରତ ୨୦୨୪ ଟି-୨୦ ବିଶ୍ଵକପ୍ ରୋହିତ ଶର୍ମାଙ୍କ ନେତୃତ୍ଵରେ ଜିତିଥିଲା। ଏହା ପରେ ଭାରତର ଟି-୨୦ ଦଳ ଆକ୍ରମଣାତ୍ମକ ଖେଳ ଖେଳିବା ଆରମ୍ଭ କରିଥିଲା।

୩ ବର୍ଷରେ ୩ ଟି ICC ଟ୍ରଫି

୨୦୧୩ ଚାମ୍ପିଅନ୍ସ ଟ୍ରଫି ପରେ ୧୧ ବର୍ଷ ବିତିଯାଇଥିଲା, କିନ୍ତୁ ଟିମ୍ ଇଣ୍ଡିଆର ICC ଟ୍ରଫି ଜିତିବାର ମରୁଡ଼ି ଲାଗି ରହିଥିଲା। କିନ୍ତୁ ଏହି ମରୁଡ଼ି ୨୦୨୪ରେ ଶେଷ ହୋଇଥିଲା। ଭାରତ ଟି ୨୦ ବିଶ୍ଵକପର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା। ପୁଣି ଭାରତୀୟ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା। ବର୍ତ୍ତମାନ, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ୨୦୨୬ ଟି ୨୦ ବିଶ୍ୱକପ ଟ୍ରଫି ଉଠାଇଛି। ଏହା ପରେ ଭାରତର ନଜର ୨୦୨୭ ଦିନିକିଆ ବିଶ୍ଵକପ୍ ଉପରେ ରହିଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।