କେନ୍ଦୁଝର ୨୨।୮: ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା । ରାତିସାରା ସ୍କୁଲ ପରିସରରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ । ବାହାରପଟୁ ତାଲା ପକାଇ ପଳାଇଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା । ଜଣେ ୨ୟ ଶ୍ରେଣୀ ଛାତ୍ରୀ ରାତିସାରା ବିଦ୍ୟାଳୟ ପରିସରରେ ରହିଯାଇଥିଲେ । ଛାତ୍ରୀଙ୍କୁ ବାହାରପଟୁ ତାଲା ପକାଇ ଶିକ୍ଷକ ମାନେ ପଳାଇଥିଲେ । ଛାତ୍ରୀ ଜଣଙ୍କ ପରିବାର ଲୋକ ରାତି ସାରା ପିଲାକୁ ଖୋଜି ଖୋଜି ନିରାଶ ହୋଇ ପଡିଥିଲେ ।
ସେପଟେ ଛାତ୍ରୀ ଜଣଙ୍କ ଝରକାର ଲୁହା ରଡ୍ ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ବିଫଳ ହେବା ସହିତ ଝରକାରେ ଅଟକି ରାତିସାରା ଲହୁ ଲୁହାଣ ଅବସ୍ଥାରେ ରହିଥିଲେ । ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।
ଘଟଣା ପ୍ରଘଟ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ସେଠାରେ ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କଲେ ବ୍ଲକ୍ ଶିକ୍ଷା ଅଧିକାରୀ । ବାଂଶପାଳ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
You Can Read:
ବଲାଣୀ ଟାଉନସିପ୍ ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ : ଦୁଇ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଉପରେ ଗାଡି ଚଢାଇ ବୋଲେରୋ ଚମ୍ପଟ