ପ୍ରୟାଗରାଜ ୨୯।୦୧; ମହାକୁମ୍ଭମେଳାରେ ବଡ଼ ଅଘଟଣ। ମୌନୀ ଅମାବାସ୍ୟା ବେଳେ ଦଳାଚକଟା। ଅମୃତ ସ୍ନାନ ପାଇଁ ଜମିଥିଲା ଭିଡ। ବିଳମ୍ବିତ ରାତିରେ ବୁଡ ପକାଇବା ବେଳେ ଏହି ଅଘଟଣ ଘଟିଛି । ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା। ମୃତଦେହକୁ ପ୍ରୟାଗରାଜ ମେଡିକାଲ କଲେଜକୁ ନିଆଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ଆଶଙ୍କା କରାଯାଉଛି । ସଙ୍ଗମ ସ୍ଥଳରେ ହୋଇଥିବା ଦଳାଚକଟାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି।
#WATCH | #Mahakumbh | Prayagraj, Uttar Pradesh: On the reports of a stampede at the Maha Kumbh, Special Executive Officer Akanksha Rana says, "On the Sangam routes, a stampede-like situation arose after some barriers broke. Some people have been injured. They are under treatment.… pic.twitter.com/SgLRVXMlgf
— ANI (@ANI) January 28, 2025
ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ବେଳେ ଦଳାଚକଟା । ଏପରି ସ୍ଥିତିକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟା ପରେ ୧୩ଟି ଆଖଡାର ସାହିସ୍ନାନ ରଦ୍ଦ କରାଯାଇଛି।
ମହାକୁମ୍ଭର ସାଧ୍ବୀ ନିରଞ୍ଜନ ଜ୍ୟୋତି କହିଛନ୍ତି, ଏହା ବହୁତ ଦୁଃଖଦ ଘଟଣା । ଯାହା ବି ଘଟିଲା ତାହା ଠିକ୍ ନୁହେଁ। କୁମ୍ଭମେଳାରେ ପ୍ରାୟ ୧୦ କୋଟି ଲୋକଙ୍କ ସମାଗମ ହୋଇଛି । ସୋମାନଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମୃତ ସ୍ନାନକୁ ରଦ୍ଦ କରାଯାଉଛି । ଆଗକୁ କଣ ହେବ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।