CJI ଜଣାଇଲେ ତାଙ୍କ ଅବସର ପରବର୍ତ୍ତି ଯୋଜନା, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 25, 2025 IST

ଅମରାବତୀ ୨୫।୭: ଦେଶର ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ବି.ଆର.ଗଭଇ ଶୁକ୍ରବାର କହିଛନ୍ତି ଯେ ସେ ଅବସର ପରେ କୌଣସି ସରକାରୀ ପଦପଦବୀ ସ୍ୱୀକାର କରିବେ ନାହିଁ। ସେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲୀସ୍ଥିତ ତାଙ୍କ ପୈତୃକ ଗ୍ରାମ ଦାରାପୁରରେ ଆୟୋଜିତ ଅଭିନନ୍ଦନ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ସିଜେଆଇ କହିଛନ୍ତି ଯେ ‘ରିଟାୟଆର୍ଡ ପରେ ମୋତେ ଅଧିକ ସମୟ ମିଳିବ ଓ ଏହି ସମୟକୁ ଦାରାପୁର, ଅମରାବତୀ ଓ ନାଗପୁରରେ କଟେଇବି। 

ଗଭଇ ସିଜେଆଇ ପଦରୁ ଆଗାମୀ ନଭେମ୍ବର ମାସରେ ଅବସର ଗ୍ରହଣ କରିବେ। ସିଜେଆଇ ଗୁରୁବାର ତାଙ୍କ ପୈତୃକ ଗ୍ରାମ ଗସ୍ତରେ ଯାଇଥିଲେ। ଗାଁରେ ତାଙ୍କୁ ଗ୍ରାମବାସୀ ଉଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସେ ତାଙ୍କ ପିତା କେରଳ ଓ ବିହାରର ପୂର୍ବତନ ରାଜ୍ୟପାଳ ଆର.ଏସ.ଗଭଇଙ୍କ ସ୍ମାରକରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ଓ ପରିବାର ସଦସ୍ୟଙ୍କ ସହିତ ତାଙ୍କ ତିରୋଧାନ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ସିଜେଆଇ ଗଭଇ ଦାରାପୁର ରାସ୍ତାରେ ନିର୍ମାଣ ହେବାକୁ ଥିବା ଏକ ଭବ୍ୟ ଦ୍ୱାର ନିମନ୍ତେ ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଦ୍ୱାରର ନାମ ଆର.ଏସ. ଗଭଇ ରଖାଯିବ। ସିଜେଆଇ ଗଭଇ ଶନିବାର ଅମରାବତୀ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ସ୍ୱର୍ଗୀୟ ଟି.ଆର.ଗିଲ୍ଡା ସ୍ମାରକ ଓ ଇ-ଲାଇବ୍ରେରୀର ଉଦଘାଟନ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.