ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ସୁପ୍ରିମକୋର୍ଟଙ୍କୁ ‘କଥା’ରେ ପ୍ରଭାବିତ ନହେବାକୁ ଅନୁରୋଧ କରିଥିବା ଏକ ମନ୍ତବ୍ୟ ଉପରେ, ସୋମବାର ମୁଖ୍ୟ ବିଚାରପତି ବି ଆର ଗଭଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଆମେ ନ୍ୟୁଜ୍ ଦେଖୁ ନାହୁଁ କି ,ୟୁଟ୍ୟୁବରେ ସାକ୍ଷାତକାର ଦେଖୁ ନାହୁଁ।
ପ୍ରଧାନ ବିଚାରପତି ବି ଆର ଗଭଇ ଓ ବିଚାରପତି କେ.ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିଲେ, ଯେଉଁଥିରେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତାର ଓ ପ୍ରତାପ ଭେନୁଗୋପାଳଙ୍କୁ ସେମାନଙ୍କ ମହକିଲଙ୍କୁ ଆଇନଗତ ପରାମର୍ଶ ଦେବାକୁ ଇଡି ସମନ କରିଥିଲା।
କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଚିନ୍ତାବ୍ୟକ୍ତ କରି କହିଛନ୍ତି, ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ସ୍ତରକୁ ନିଆଯାଇଛି ଏବଂ ତଦନ୍ତକାରୀ ସଂସ୍ଥାକୁ କୁହାଯାଇଛି ଯେ, ସେ ଆଇନଗତ ପରାମର୍ଶ ପ୍ରଦାନ କରିବା ପାଇଁ ଓକିଲମାନଙ୍କୁ ନୋଟିସ ଜାରି କରନ୍ତୁ ନାହିଁ। ହେଲେ ମେହଟ୍ଟା ମିଥ୍ୟା କାହାଣୀ ପ୍ରସ୍ତୁତ କରି ପ୍ରତିଷ୍ଠାନ ଗୁଡ଼ିକୁ ବଦନାମ କରିବାର ପ୍ରୟାସ ପ୍ରତି ଇଙ୍ଗିତ କରିଥିଲେ।
ସଲିସିଟର ଜେନେରାଲ କହିଛନ୍ତି, ଯେପର୍ଯ୍ୟନ୍ତ ସାଧାରଣ ମନ୍ତବ୍ୟ ସଂପର୍କରେ କେତେକ ସମୟରେ ବ୍ୟକ୍ତିଗତ ମାମଲା ଆଧାରରେ ସେଗୁଡ଼ିକୁ ଭୁଲ୍ ବ୍ୟାଖ୍ୟା କରାଯାଏ। ମୁଁ ଏହା କହୁଛି, ଇଡି ନୁହେଁ , ଏଠାରେ ଏକ ପ୍ରତିଷ୍ଠାନ ବିରୁଦ୍ଧରେ ଏକ କାହାଣୀ ସୃଷ୍ଟି କରିବାର ଚେଷ୍ଟା କରାଯାଉଛି। ଖଣ୍ଡପୀଠକୁ କିଛି ମାମଲାରେ ହସ୍ତକ୍ଷେପ ବିଷୟରେ ଜାଣିପାରିଛି ...।
ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି , ଆମେ ଅନେକ ମାମଲାରେ ଏହା (ଇଡି ଦ୍ୱାରା ଜବରଦଖଲ) ପାଉଛୁ , ଏହା ନୁହେଁ ଯେ ଆମେ ଏହାକୁ ପାଉ ନାହୁଁ। ସପ୍ତାହେ ପୂର୍ବେ ଅସୁସ୍ଥ ଥିବା ମୁଖ୍ୟ ବିଚାରପତି ଗଭଇ କହିଥିଲେ , ଆମେ ଖବର ଦେଖୁନାହୁଁ କି, ୟୁଟ୍ୟୁବ୍ରେ ସାକ୍ଷାତକାର ଦେଖୁ ନାହୁଁ। କେବଳ ଗତ ସପ୍ତାହରେ ମୁଁ କିଛି ଫିଲ୍ମ ଦେଖିଛି ।