LIVE TV

୨୦୦୭ ପରେ ଜନ୍ମିତ ସବୁ ଲୋକଙ୍କ ପାଇଁ ଧୂମପାନ ନିଷେଧ କଲା ଏହି ଦେଶ , ଏହା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଲାଗୁ

NEWS7
chita-biradi-chua-mrutyu-at-karanjia

ନୂଆଦିଲ୍ଲୀ - ମାତ୍ର ୦.୫୨୮ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଏକ କ୍ଷୁଦ୍ର ରାଷ୍ଟ୍ର ପୂରା ପିଢ଼ି ପାଇଁ ଧୂମପାନ ଉପରେ ଲଗାଇଛି ପ୍ରତିବନ୍ଧକ। ଏମିତି କରିବାରେ ଏହା ବିଶ୍ୱର ପ୍ରଥମ ଏବଂ ଏକମାତ୍ର ଦେଶ ପାଲଟିଛି। ଦକ୍ଷିଣ ଏସିଆର ଏକ ଦ୍ୱୀପପୁଞ୍ଜ ଦେଶ, ମାଳଦ୍ୱୀପ ଦ୍ୱାରା ଏହି ନିଆରା ଓ ସାହସିକତା ରଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ୧ ଜାନୁଆରୀ, ୨୦୦୭ ପରେ ଜନ୍ମିତ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଆନୁଷ୍ଠାନିକ ଭାବେ ଧୂମପାନ ଉପରେ ନିଷେଧାଦେଶ ଲଗାଇଛି ଏବଂ ଶନିବାର ( ୧ ନଭେମ୍ବର) ଠାରୁ କାର୍ଯ୍ୟକାରୀ ହୋଇ ଯାଇଛି।

ସବୁଠାରୁ କୌତୁହଳ କଥା? ଏହି ପ୍ରତିବନ୍ଧକ ସେହି କ୍ଷୁଦ୍ର ଦେଶକୁ ପରିଦର୍ଶନରେ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ଲାଗୁ ହେବ। ମାଳଦ୍ୱୀପର ପିଢ଼ିଗତ ଧୂମପାନ ପ୍ରତିବନ୍ଧକ ବିଷୟରେ ଆପଣଙ୍କୁ ଯାହା କିଛି ଜାଣିବା ଉଚିତ୍ ,ସେ ସବୁ ଏଠାରେ ଅଛି।

ତମାଖୁ ଉପରେ ପ୍ରତିବନ୍ଧକ ଲଗାଇବାର ଏକମାତ୍ର ଦେଶ :

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ( ୧ ନଭେମ୍ବର) ଘୋଷଣା କରିଛି ଯେ , ମାଳଦ୍ୱୀପ ଆନୁଷ୍ଠାନିକ ଭାବରେ ତମାଖୁ ବ୍ୟବହାର ଉପରେ ପିଢ଼ି ପରେ ପ୍ରତିବନ୍ଧକ ଲାଗୁ କରିବାରେ ବିଶ୍ୱର ଏକମାତ୍ର ଦେଶ ହୋଇଛି। ଏହି ପ୍ରତିବନ୍ଧକ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ବ୍ୟାପକ ଜନସ୍ୱାସ୍ଥ୍ୟ ପଦକ୍ଷେପର ଏକ ଅଂଶ। ଏହି ଅନୁସାରେ , ୨୦୦୭ କିମ୍ବା ଏହା ପରେ ଜନ୍ମିତ ବ୍ୟକ୍ତିଙ୍କୁ ଦ୍ୱୀପ ରାଷ୍ଟ୍ରର ଯେକୌଣସି ସ୍ଥାନରେ ତମାଖୁ ଉତ୍ପାଦ କିଣିବା, ବ୍ୟବହାର କରିବା କିମ୍ବା ବିକ୍ରୟ କରିବାରୁ ନିଷେଧ ରହିଛି। ଏକ ବିବୃତ୍ତିରେ, ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, "ନୂତନ ବ୍ୟବସ୍ଥା ଅନୁଯାୟୀ, ୧ ଜାନୁଆରୀ, ୨୦୦୭ କିମ୍ବା ଏହାପରେ ଜନ୍ମିତ ବ୍ୟକ୍ତିମାନଙ୍କୁ ମାଳଦ୍ୱୀପ ମଧ୍ୟରେ ତମାଖୁ ଉତ୍ପାଦ କ୍ରୟ, ବ୍ୟବହାର କିମ୍ବା ବିକ୍ରୟ କରିବା ନିଷେଧ କରାଯାଇଛି"।

ନୂଆ ନିୟମ କେବଳ ନାଗରିକମାନଙ୍କ ପାଇଁ ନୁହେଁ ବରଂ ମାଳଦ୍ୱୀପକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି - ଭାରତ ମହାସାଗରରେ ବିସ୍ତାରିତ ୧,୧୦୦ ରୁ ଅଧିକ ପ୍ରବାଳ ଦ୍ୱୀପପୁଞ୍ଜର ଏକ ରାଷ୍ଟ୍ର ଏବଂ ଏହାର ବିଳାସପୂର୍ଣ୍ଣ ରିସର୍ଟ ପାଇଁ ଖୁବ୍ ପ୍ରସିଦ୍ଧ।

ପ୍ରତିବନ୍ଧକ କିପରି ଲାଗୁ କରାଯିବ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ଏବେ ଖୁଚୁରା ବ୍ୟବସାୟୀମାନଙ୍କୁ ବିକ୍ରୟ ପୂର୍ବରୁ ବୟସ ଯାଞ୍ଚ କରାଯିବ। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି "ଏହି ପ୍ରତିବନ୍ଧକ ସବୁ ପ୍ରକାରର ତମାଖୁ ଉପରେ ଲାଗୁ ହୋଇଥାଏ ଏବଂ ଖୁଚୁରା ବ୍ୟବସାୟୀମାନଙ୍କୁ ବିକ୍ରୟ ପୂର୍ବରୁ ବୟସ ଯାଞ୍ଚ କରାଇବାକୁ ହବ। ଏହି ପଦକ୍ଷେପର ଲକ୍ଷ୍ୟ "ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଏବଂ ଏକ ତମାଖୁ ମୁକ୍ତ ପିଢ଼ିକୁ ପ୍ରୋତ୍ସାହିତ କରିବା"।