LIVE TV

କାନାଡାରେ ଗୋଦରା ଗ୍ୟାଙ୍ଗ ଆତଙ୍କ: ପଞ୍ଜାବୀ କଳାକାର ତେଜି କହଲୋଙ୍କୁ ଗୁଳି କରି ହତ୍ୟା

NEWS7
chit-fund-scam-report-submit

ନୂଆଦିଲ୍ଲୀ ୨୨/୧୦: କାନାଡାରେ ପୁଣି ଫୁଟିଲା ଗୁଳି । ପୁଣି ମାତିଛନ୍ତି ରୋହିତ ଗୋଦରା ଗ୍ୟାଙ୍ଗ । ସୋସିଆଲ ମିଡିଆ ପୋଷ୍ଟରେ ଘଟଣା ପାଇଁ ନିଜକୁ ଦାୟୀ କରିଛି ଗ୍ୟାଙ୍ଗ । ପାଇଁ ଦାୟୀ କରିଛି। ଏହି ଗ୍ୟାଙ୍ଗ ପଞ୍ଜାବୀ କଳାକାର ତେଜି କହଲୋନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଯାହା ଜଣାପଡିଛି ତେଜିଙ୍କ ପେଟରେ ଗୁଳି ବାଜିଛି । ରୋହିତ ଗୋଦାରା ଗ୍ୟାଙ୍ଗର ଦାବି କାନାଡାରେ ଭାରତୀୟ ଗ୍ୟାଙ୍ଗଷ୍ଟରଙ୍କ ଆତଙ୍କ ଜାରି ରଖିଛି । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ମଧ୍ୟ ସେଠାରେ ଘନଘନ ଗୁଳିକାଣ୍ଡ ଘଟାଉଛନ୍ତି।

ରୋହିତ ଗୋଦାରା ଗ୍ୟାଙ୍ଗ ଦାବି କରିଛି ଯେ ତେଜି କହଲୋ ସେମାନଙ୍କ ଶତ୍ରୁମାନଙ୍କୁ ଆର୍ଥିକ, ଅସ୍ତ୍ରଶସ୍ତ୍ର ଏବଂ ଟ୍ରାକିଂ ଯୋଗାଇଥିଲେ । ତେଜି ତାଙ୍କ ଭାଇମାନଙ୍କ ବିରୋଧରେ ସୂଚନାଦାତା ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେମାନଙ୍କ ଉପରେ ଆକ୍ରମଣ ଯୋଜନା କରିଥିଲେ। ଗ୍ୟାଙ୍ଗ କହିଛି ଯେ ତେଜି କହଲୋଙ୍କୁ ଏହି ଉଦ୍ଦେଶ୍ୟରେ ଟାର୍ଗେଟ କରାଯାଇଥିଲା।

ସେପଟେ ରୋହିତ ଗୋଦରା ଗ୍ୟାଙ୍ଗ୍ ଏକ ଖୋଲା ଚେତାବନୀ ଦେଇଛି ଯେ ଯଦି କେହି ଏହି ବିଶ୍ୱାସଘାତକ (ତେଜି କାହଲୋନ୍)ଙ୍କ ପ୍ରେମରେ ପଡ଼ି ତାଙ୍କ ଭାଇମାନଙ୍କୁ ଅନାଇବ ବା ତାଙ୍କୁ ଆର୍ଥିକ ସହାୟତା କରିବ । ତେବେ ସେମାନଙ୍କ ପରିବାରକୁ ମଧ୍ୟ ଛଡାଯିବନି । ଏହି ଚେତାବନୀ ବ୍ୟବସାୟୀ, ବିଲ୍ଡର, ହାୱାଲା ବ୍ୟବସାୟୀଙ୍କ ପ୍ରତି ନିର୍ଦ୍ଦେଶିତ । ଯେଉଁମାନେ ସହାୟତା ପ୍ରଦାନ କରନ୍ତି ସେମାନଙ୍କୁ ସେମାନଙ୍କର ଶତ୍ରୁ ବୋଲି ବିବେଚନା କରାଯିବ।