ପାକିସ୍ତାନ ସହ ସମ୍ପର୍କରେ ଲାଭ ନାହିଁ, ଭାରତ ଆମ ପାଇଁ ଭଲ: ସମସ୍ତଙ୍କ ସାମ୍ନାରେ ସ୍ୱୀକାର କଲେ ଟ୍ରମ୍ପଙ୍କ ସାଂସଦ

NEWS7
chinas-response-came-after-pakistans-on-pahalgam-firing

ୱାଶିଂଟନ ଡିସିଡୋନାଲ୍ଡ ଟ୍ରମ୍ପ ଖାଲି ନିଜ ଅହଂକାର ପାଇଁ ଭାରତ ଉପରେ ଟାରିଫ ଲଗାଇ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ସେ ଭାବୁଛନ୍ତି ପାକିସ୍ତାନ ସହିତ ସମ୍ପର୍କ ବଢ଼ାଇଲେ ଭାରତ ଚିହିଁକି ଉଠିବ। ଭାରତକୁ ଚିଡ଼ାଇବାକୁ ଟ୍ରମ୍ପ ଏପରି କରୁଥିଲେ ହେଁ ସେ ଠିକ୍ ଜାଣିଛନ୍ତି ଯେ ଭାରତ ପାକିସ୍ତାନ ଠାରୁ ବହୁ ଉପରେ।

ଭାରତ ସହିତ ପାର୍ଟନର୍ସିପ୍ କଲେ ଯେତିକି ଲାଭ ମିଳିବ, ପାକିସ୍ତାନ ଠାରୁ ତାହା ଆଶା କରିବା ବି ବୃଥା। ଡରାଇ ଧମକାଇ ପାକିସ୍ତାନ ଠାରୁ କୌଣସି କାମ କରେଇ ପାରିବ ଆମରିକା। ହେଲେ ସେଥିରେ ବେଶି ଲାଭ ମିଳିବ ନାହିଁ, ଯେତିକି ଭାରତ ସହ ଭଲ ସମ୍ପର୍କ ରଖିଲେ ହେବ। ଏକଥା ନିଜେ ଟ୍ରମ୍ପ ଓ ତାଙ୍କ ସରକାରଙ୍କୁ ବେଶ୍ ଭଲଭାବରେ ଜଣା। ଟ୍ରମ୍ପ ସରକାରରେ ଜଣେ ସାଂସଦ ଖୋଲା ମଞ୍ଚରେ ଏକଥା ସ୍ୱୀକାର କରିଛନ୍ତି। ପାକିସ୍ତାନ ଅପେକ୍ଷା ଭାରତର ପାର୍ଟନର୍ସିପ୍ ଲାଭକାରୀ ବୋଲି ସେ କହିଛନ୍ତି।

ପାକିସ୍ତାନକୁ ଆଇନା ଦେଖାଇଛନ୍ତି ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ସାଂସଦ ରିଚ ମ୍ୟାକ୍କର୍ମିକ। ଭାରତ ଭଳି ପାକିସ୍ତାନ ଆମେରିକାର ନିବେଶ କରେ ନାହିଁ ବୋଲି ସେ କହିଛନ୍ତି।

ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ (CSIS) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ମ୍ୟାକକର୍ମିକ୍ ଏଭଳି କହିଥିଳେ। ତା ଛଡ଼ା କାର୍ଯ୍ୟକ୍ରମରେ ସେ ଟ୍ରମ୍ପଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତକୁ ଅସନ୍ତୁଷ୍ଠ କରିବା "ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା" ହେବ।

ଟ୍ରମ୍ପଙ୍କ ଟାରିଫ ଯୋଗୁ ବର୍ତ୍ତମାନ ୱାଶିଂଟନ ଓ ଦିଲ୍ଲୀ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଆଉ ଏହି ସମୟରେ ମ୍ୟାକ୍କର୍ମିକ ଭାରତର ଅର୍ଥନୈତିକ ଓ ରଣନୈତିକ ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ “ପାକିସ୍ତାନ ୩୦୦ ମିଲିଅନ ଲୋକଙ୍କ ଦେଶ। କିନ୍ତୁ ସେ ଆମେରିକାରେ ନିବେଶ ଆଣିଥିବାର ଆପଣ ଦେଖିବାକୁ ପାଇ ନଥିବେ। ଭାରତ କେବଳ ନିବେଶ ନେଉ ନାହିଁ, ବରଂ ଆମେରିକାରେ ନିବେଶ ଆଣୁଛି। ଏଠି ପ୍ରତିଭା ଗୁରୁତ୍ୱପୂର୍ଣ୍ଣ, ଏବଂ ଭାରତ ପ୍ରଚୁର ପରିମାଣର ପ୍ରତିଭାବାନ କର୍ମଚାରୀ ଯୋଗାଇ ଆସୁଛି। କେବଳ ପ୍ରତିଭାଶାଳୀ ଲୋକଙ୍କୁ ରପ୍ତାନି କରୁ ନାହିଁ ବରଂ ସେମାନେ ଏହାର ଅଭାବ ପୂରଣ କରୁଛନ୍ତି। ”

ଗତ କିଛି ମାସ ଧରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଅସନ୍ତୁଷ୍ଟ କରି ପାଇଁ ପାକିସ୍ତାନ ପ୍ରତି ସମ୍ପର୍କ ବଢ଼ାଇଛନ୍ତି। ଯଦିଓ ଟ୍ରମ୍ପଙ୍କ ପୂର୍ବର ଆମେରିକା ରାଷ୍ଟ୍ରପତିମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନକୁ ଚେକ୍ ଦେବାକୁ ଭାରତ ସହିତ ସମ୍ପର୍କ ଯୋଡ଼ିବାକୁ ପସନ୍ଦ କରୁଥିଲେ। ଏଥର ଟ୍ରମ୍ପ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ବିଚାରାଧାରା ଅଧିକ ରହିଛି। ଯଦିଓ ଭାରତକୁ ଚିଡ଼ାଇବା ପାଇଁ ପାକିସ୍ତାନକୁ ପ୍ରୋତ୍ସାହନ କରୁଛନ୍ତି ହେଲେ ପାକ୍କୁ ଟ୍ରମ୍ପଙ୍କର ଆଦୌ ବିଶ୍ୱାସ ନାହିଁ। କାରଣ ନିକଟରେ ଟ୍ରମ୍ପ ପାକିସ୍ତାନୀ ନାଗରିକଙ୍କ ପାଇଁ ପ୍ରବାସୀ ଭିସା ପ୍ରୋସେସ ବନ୍ଦ କରି ଦେଇଛନ୍ତି। ଯାହା ଗୁଲାମୀ କରୁଥିବା ପାକିସ୍ତାନକୁ ଶକ୍ତ ଝଟ୍କା ନିଶ୍ଚିତ ପକ୍ଷେ।

ଆଲୋଚନାରେ ମ୍ୟାକ୍କର୍ମିକଙ୍କ ମନ୍ତବ୍ୟରେ ସହମତି ପ୍ରକାଶ କରିଥିଲେ ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ଆମି ବେରା। ସେ କହିଥିଲେ ଯେ ପାକିସ୍ତାନ ସହିତ ଆମେରିକାର ଭଲ ସମ୍ପର୍କ ଥିଲେ ବି ଆମେରିକୀୟ କମ୍ପାନୀ ପାକିସ୍ତାନରେ ନିବେଶ କରୁ ନାହାନ୍ତି। ଆମେରିକା ପାକିସ୍ତାନ ସହିତ ଏକ ରଣନୈତିକ ପାର୍ଟନର୍ସିପ୍ କରୁ ନାହିଁ। ଆମେରିକୀୟ କମ୍ପାନୀଗୁଡ଼ିକ ପାକିସ୍ତାନରେ ବହୁ-ବିଲିୟନ ଡଲାରର ନିବେଶ କରୁ ନାହାଁନ୍ତି। ଏସବୁ ଭାରତରେ ଘଟୁଛି।

ଭାରତର କେଉଁ କାର୍ଯ୍ୟ ଆମେରିକାକୁ ଭଲ ଲାଗୁନି?

ତେବେ ଭାରତ ଋଷ ଠାରୁ ତେଲ କିଣୁଛି ବୋଲି ଆମେରିକା ଏହାକୁ ପସନ୍ଦ କରୁ ନାହିଁ ବୋଲି ମ୍ୟାକ୍କର୍ମିକ କହିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଜାତୀୟତାବାଦୀ, ଯାହା ଏକ ପ୍ରକାର ଭଲ। ସେ ତାଙ୍କ ଦେଶର ସ୍ୱାର୍ଥକୁ ଆଗ ଦେଖନ୍ତି। ଯେତେବେଳେ ଭାରତ ଶସ୍ତା ରୁଷୀୟ ତେଲ କିଣେ, ଆମେରିକା ତାହାକୁ ଘୃଣା କରେ। କିନ୍ତୁ ସେ ତାଙ୍କ ଦେଶର ସର୍ବୋତ୍ତମ ସ୍ୱାର୍ଥ ପାଇଁ ଏହା କରୁଛନ୍ତି ବୋଲି ମ୍ୟାକକର୍ମିକ କହିଛନ୍ତି।

ସେହିପରି ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ନେଇ ସେ କହିଛନ୍ତି ଯେ ଦୁଇ ଦେଶ ସମାନ ବିଚାରଧାର ଉପରେ ବିଶ୍ୱାସ ରଖନ୍ତି। ତେବେ ଦୁଇ ଦେଶ ମଧ୍ୟରେ ହେଉଥିବା ବ୍ୟବସାୟ ସନ୍ତୁଳିତ ହେବା ଉଚିତ୍ ବୋଲି ସେ କହିଛନ୍ତି।