ପାଠ ପାଇଁ ହତ୍ୟା ! ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ, ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଡ୍ରମରେ ପୂରାଇଦେଲା...

NEWS7
chinas-population-drops-again-know-present-popultaion

ନୂଆଦିଲ୍ଲୀ, ୨୪/୦୨: ବାପାକୁ ମାରିଲା ପୁଅ । ଖଣ୍ଡଖଣ୍ଡ କରି ଡ୍ରମ୍ ଭିତରେ ପୁରାଇଲା । ପାଠପଢାକୁ ନେଇ ପୁଅର ଜଘନ୍ୟ କାଣ୍ଡ । ଏପରି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି ।

ରିପୋର୍ଟ ଅନୁସାରେ, ଲକ୍ଷ୍ନୌରେ ଜଣେ ପାଥୋଲୋଜି ଲ୍ୟାବ୍ ମାଲିକଙ୍କ କୌଣସି ପତ୍ତା ମିଳୁନଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ବ୍ୟକ୍ତିଙ୍କ ମୃତଦେହକୁ ଘର ଭିତରେ ଥିବା ଏକ ନୀଳ ରଙ୍ଗର ଟାଙ୍କି ମଧ୍ୟରୁ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ବାପା-ପୁଅଙ୍କ ମଧ୍ୟରେ କ୍ୟାରିଅର ଏବଂ ପାଠପଢାକୁ ନେଇ ଲାଗିଥିବା କଳହର ଏହା ପରିଣାମ ବୋଲି କୁହାଯାଉଛି ।

ମୃତବ୍ୟକ୍ତି ହେଲେ ବର୍ଦ୍ଧମାନ ପାଥୋଲୋଜିର ମାଲିକ ମାନବେନ୍ଦ୍ର ସିଂ । ସେ ଗତ ୨୦ ଚାରିଖରୁ ନିଖୋଜ ଥିଲେ । ସୋମବାର ସେକ୍ଟର ଏଲ୍ ସ୍ଥିତ ବାସଭବନରୁ ତାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରାଯାଇଛି । ଯାହାପରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଛି । ଏଥିରେ ସିଧାସଳଖ ତାଙ୍କ ପୁଅ ଉପରକୁ ଆଙ୍ଗୁଠି ଉଠିଛି ।

ବାପାର ରାଇଫଲରେ ପୁଅ ଫୁଟାଇଦେଲା ଗୁଳି

ପୋଲିସର କହିବାନୁସାରେ, ଫେବ୍ରୁଆରୀ ୨୦ ତାରିଖ ସକାଳେ ମାନବେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ପାଠପଢାକୁ ନେଇ ବଚସା ହୋଇଥିଲା । ପୁଅ ନିଟ୍ ପରୀକ୍ଷା ପାଇଁ ପଢାପଢି କରୁଥିଲେ । କିନ୍ତୁ ଠିକ୍ ଭାବେ ନପଢୁଥିବାରୁ ମାନବେନ୍ଦ୍ର ରାଗିଥିଲେ । ଏହାସହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି ପୁଅକୁ ଡରାଇବାକୁ ଚେଷ୍ଟା କରିତିଲେ । ତେବେ ପୁଅ ଶାନ୍ତ ହୋଇଯିବାରୁ ସେ ରାଇଫଲକୁ ରଖିଦେଇଥିଲେ । ଏହାର ପାଇଦା ଉଠାଇ ପୁଅ ରାଇଫଲ ଆଣି ମାନବେନ୍ଦ୍ରଙ୍କୁ ଗୁଳି କରିଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବାପାକୁ ମାରି ତଳକୁ ଆସିଲା ପୁଅ

ଗୁଳି ମାରିବା ପରେ ୧୬ ବର୍ଷୀୟ ପୁଅ ଘରର ଉପର ମହଲାରୁ ତଳକୁ ଆସିଥିଲା । ଏହାସହ ନିଜ ଭଉଣୀକୁ ଧମକାଇଥିଲା । ସେ ପ୍ରତିଦିନ ଚାପ ଏବଂ କଳହରେ ଅଣନିଶ୍ୱାସୀ ହୋଇପଡିଥିଲେ । ତେଣୁ ସେ ବାପାକୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ଯଦି ଭଉଣୀ ଏକଥା ବାହାରେ କହେ ତେବେ ସେ ତାକୁ ମଧ୍ୟ ମାରିଦେବ ବୋଲି କହିଥିଲେ । ଭୟରେ ଭଉଣୀ କାହା ଆଗରେ ଏକଥା ମୁହଁ ଖୋଲିନଥିଲେ ।

ମୃତଦେହକୁ କାଟି ଟାଙ୍କିରେ ପୁରାଇଦେଲା

ହତ୍ୟା ପରେ ପୁଅ ବାପାର ମୃତଦେହକୁ ଟିକଟିକ୍ କରି କାଟିଥିଲେ । କିଛି ଅଙ୍ଗକୁ ବାହାରେ ଫିଙ୍ଗିଥିଲେ ପୁଅ । ଶରୀରର ଅନ୍ୟ ଅଂଶକୁ ଘର ଭିତରେ ଲୁଚାଇ ପୁଅ ରଖିଥିଲେ । ପୋଲିସ ମୃତଦେହର ଅନେକ ଅଙ୍ଗକୁ ଉଦ୍ଧାର କରିଛି । ଆଉ କିଛି ଅଂଶ ଏବେବି ମିଳିନାହିଁ ।

ଏମିତି ଧରାପଡିଲା ସତ

ମାନବେନ୍ଦ୍ର ଚାରି ଦିନ ଧରି ଘରୁ ବାହାରକୁ ବାହାରିନଥିଲେ । ଯାହାକୁ ନେଇ ପଡୋସୀ ସନ୍ଦେହ କରିଥିଲେ । ପ୍ରଥମେ ଜଣେ ପଡୋସୀ ପୋଲିସକୁ କହିଥିଲେ । ପୋଲିସ ପୁଅକୁ ଏକଥା ପଚାରିଥିଲା । ବାପା ଆତ୍ମହତ୍ୟା କରିଥିଲା ପ୍ରଥମେ ପୁଅ ପ୍ରକାଶ କରିଥିଲେ । ପରେ ପୋଲିସ ଆଗରେ ସବୁ ସତ ମାନି ଯାଇଥିଲେ ।

ପ୍ରମାଣ ନଷ୍ଟ କରିବାକୁ ପ୍ଲାନ୍

ନିଜ ଦୋଷ ଲୁଚାଇବାକୁ ପୁଅ ପ୍ରଥମେ ମୃତଦେହକୁ କ୍ଷତବିକ୍ଷତ କରିଥିଲେ । ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ଜାଗାରେ ପିଙ୍ଗିବାକୁ ଯୋଜନା କରିଥିଲେ । ଏବେ ଘଟଣାର ଫରେନସିକ୍ ଯାଞ୍ଚ୍ ଚାଲିଛି । ଆଗକୁ ଆହୁରି ତଥ୍ୟ ଏବଂ ପ୍ରମାଣ ହାସଲ ହେବ ବୋଲି ସ୍ଥାନୀୟ ପୋଲିସ କହିଛି ।