ସୀମାନ୍ତରେ ଅନେକ ଜାଗା ମାଡିବସୁଛି ଛତିଶଗଡ, ଶୂନ୍ୟକାଳରେ ଗର୍ଜିଲେ ବିରୋଧୀ ଦଳ ଉପନେତା

NEWS7
chinas-covid-gloom-deepens-after-lifting-curbs

ଭୁବନେଶ୍ୱର ୧୩/୦୩: ଛତିଶଗଡ ସରକାରଙ୍କ ଅନଧିକାର ପ୍ରବେଶ ନେଇ ଶୁନ୍ୟକାଳରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଆନ୍ଧ୍ର ଯେପରି କୋଟିଆରେ ଅନଧିକାର ପ୍ରବେଶ କରୁଛି, ଛତିଶଗଡ ସରକାର ସେପରି ଝାରସୁଗୁଡ଼ା ଲଖନପୁରରେ ଅନଧିକାର ପ୍ରବେଶ କରୁଛି । ଛତିଶଗଡ ସୀମାର ୩ କିଲୋମିଟର ପରିଧି ଝାରସୁଗୁଡ଼ା ଲଖନପୁର ହୋଇଥିଲେ ବି ଛତିଶଗଡ ସରକାର ଅନଧିକାର ପ୍ରବେଶ କରି ଚେକିଂ କରୁଛି ।

ଚାଷୀଙ୍କ ଗାଡ଼ିକୁ ଅଟକାଇ ଚେକିଙ୍ଗ କରୁଛି । କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନୀରବ ରହିଛି । ଛତିଶଗଡର ଏଭଳି ଅନଧିକାର ପ୍ରବେଶକୁ ରୋକିବାକୁ ଉଦ୍ୟମ କରନ୍ତୁ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯାଉ ବୋଲି ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ପଡ଼ୋଶୀ ରାଜ୍ୟ ଏଭଳି ଚାରି ଆଡୁ ଆକ୍ରମଣ ଜାରି ରଖିଲେ ଏହା ଓଡ଼ିଶା ପାଇଁ ଘାତକ ।