Live Live
LIVE

Oscars 2026: ମାଇକେଲ ବି. ଜୋର୍ଡାନ ଏବଂ ଜେସି ବକଲିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ, ଦେଖନ୍ତୁ ୱିନର ସମ୍ପୂର୍ଣ୍ଣ ତାଲିକା

NEWS7
china-woman-earns-rs-120-crore-a-week-review-product-in-three-seconds

ମୁମ୍ଵାଇ ୧୭।୦୩;  ୨୦୨୬ ମସିହାର ଓସ୍କାର ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଥିଲା । ଜାନୁଆରୀରେ ୯୮ତମ ଏକାଡେମୀ ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ୨୦୨୫ ମସିହାର ଓସ୍କାରର ହୋଷ୍ଟ ଭାବରେ ଡେବ୍ୟୁ କରିଥିବା ହାସ୍ୟ ଅଭିନେତା କୋନାନ୍ ଓ'ବ୍ରାଏନ୍ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୨୦୨୬ ସମାରୋହର ଆୟୋଜନ କରିଥିଲେ । ଏହି ସମୟରେ ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ସାରା ବିଶ୍ୱର ଚଳଚ୍ଚିତ୍ର ତାରକାମାନେ ରେଡ୍ କାର୍ପେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ପୁରସ୍କାର ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । ଏହି ବର୍ଷ 'ସିନର୍ସ' ଏବଂ 'ୱାନ୍ ବ୍ୟାଟେଲ୍ ଅଫ୍ ଅନଦର୍' ସମେତ ଅନେକ ଚଳଚ୍ଚିତ୍ର ବାଜି ମାରିଛନ୍ତି।

'ସିନର୍ସ' ଏବଂ 'ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍' ବିଭିନ୍ନ ବର୍ଗରେ ବିଜୟ ହାସଲ କରିଛନ୍ତି । 'ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍' ୧୩ଟି ଓସ୍କାର ନାମାଙ୍କନ ପାଇଥିଲେ ଏବଂ ୬ଟି ପୁରସ୍କାର ନିଜ ନାଁରେ କରିଛନ୍ତି- ବିଶେଷକରି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ସହାୟକ ଅଭିନେତା, ଶ୍ରେଷ୍ଠ କାଷ୍ଟିଂ, ଶ୍ରେଷ୍ଠ ଅନୁକୂଳିତ ସ୍କ୍ରିନପ୍ଲେ ଏବଂ ଶ୍ରେଷ୍ଠ ସମ୍ପାଦନା ପାଇଁ ପୁରସ୍କାର ହାତେଇଛି । ଅନ୍ୟପକ୍ଷରେ, 'ସିନର୍ସ' ୧୬ଟି ନାମାଙ୍କନ ପାଇଥିଲେ, ଶେଷରେ ୪ ଓସ୍କାର ଆୱାର୍ଡ ମିଳିଛି । ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ...

ଓସ୍କାର ୨୦୨୬ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-

ଶ୍ରେଷ୍ଠ ଅଭିନେତା - ମାଇକେଲ ବି. ଜୋର୍ଡାନ - ସିନର୍ସ

ଶ୍ରେଷ୍ଠ ଅଭିନେତ୍ରୀ - ଜେସି ବକଲି - ହୈମନେଟ୍

ଶ୍ରେଷ୍ଠ ଫିଲ୍ମ - ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର

ର୍ଶ୍ରେଷ୍ଠ ସହ ଅଭିନେତା - ସୋନ୍ ପେନ୍ - ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍

ଶ୍ରେଷ୍ଠ ସହ ଅଭିନେତ୍ରୀ - ଏମି ମାଡିଗାନ୍ - ବିୟପନ୍ସ

ଶ୍ରେଷ୍ଠ ମୂଳ ଚିତ୍ରନାଟ୍ୟ - ରିଆନ୍ କୁଗଲର - ସିନର୍ସ

ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ - ପଲ୍ ଥମାସ ଆଣ୍ଡରସନ୍ - ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍

ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ - କେ-ପପ୍ ଡେମନ ହଣ୍ଟର୍ସ

ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ - ଦ ଗାର୍ଲ ହୁ କ୍ରାଇଡ୍ ପର୍ଲ୍ସ

ଶ୍ରେଷ୍ଠ ପୋଷାକ ଡିଜାଇନ୍ - କେଟ୍ ହାୱଲି - ଫ୍ରାଙ୍କେନଷ୍ଟାଇନ୍

ଶ୍ରେଷ୍ଠ ମେକଅପ୍ ଏବଂ ହେୟାରଷ୍ଟାଇଲିଂ - ମାଇକ୍ ହିଲ୍, ଜୋର୍ଡାନ ସାମୁଏଲ୍, କ୍ଲିଓନା ଫ୍ୟୁରେ - ଫ୍ରାଙ୍କେନଷ୍ଟାଇନ୍

ଶ୍ରେଷ୍ଠ କାଷ୍ଟିଂ - କାସାଣ୍ଡ୍ରା କୁଲୁକୁଣ୍ଡିସ୍ - ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍

ଶ୍ରେଷ୍ଠ ଲାଇଭ୍-ଆକ୍ସନ୍ ସର୍ଟ ଫିଲ୍ମ (ଟାଇ) - ଦ ସିଙ୍ଗର୍ସ ଆଣ୍ଡ୍ ଟୁ ପିପୁଲ୍ ଏକ୍ସଚେଞ୍ଜିଙ୍ଗ୍ ଲାଲିଭା

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ - ଅଲ୍ ଦି ଏମ୍ପାଟି ରୁମ୍ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନ୍ - ଫ୍ରାଙ୍କେନଷ୍ଟାଇନ୍

ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ - ଅବତାର: ଫାୟାର ଆଣ୍ଡ୍ ଆଶ୍

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍ - ମିଷ୍ଟର୍ ନୋବଡି ଏଙ୍ଗେଷ୍ଟ ପୁଟିନ୍

ଶ୍ରେଷ୍ଠ ସାଉଣ୍ଡ୍ - F1

ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା - ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍ - ଆଣ୍ଡି ଜର୍ଗେନସେନ୍

ଶ୍ରେଷ୍ଠ ସିନେମାଟୋଗ୍ରାଫି - ସିନର୍ସ

ଶ୍ରେଷ୍ଠ ମୌଳିକ ଗୀତ - ଗୋଲ୍ଡେନ୍ - କେ-ପପ୍ ଡେମନ ହଣ୍ଟର୍ସ ସଙ୍ଗ୍

ଶ୍ରେଷ୍ଠ ନିର୍ଦ୍ଦେଶକ - ପଲ ଥମାସ ଆଣ୍ଡରସନ୍ - ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍

ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ - ସେଣ୍ଟିମ୍ୟାଣ୍ଟାଲ ଭାଲ୍ୟୁ

ଶ୍ରେଷ୍ଠ ପିକ୍ଚର- ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍

ଅଧିକ ପଢନ୍ତୁ -ନୋରାଙ୍କ ଆଇଟମ୍ ନମ୍ଵର ଗୀତ ଶୁଣି ଭଡକିଲେ ଅରମାନ ମଲିକ, ପର୍ଣ୍ଣୋଗ୍ରାଫି ସହ କଲେ ତୁଳନା କଲେ ୟୁଜର୍ସ