LIVE TV

କସମେଟିକ୍ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟି କୋଟି ଟଙ୍କା ସାମଗ୍ରୀ

NEWS7
china-tariff-on-donald-trump-us-products-coal-lng-crude-oil-tariff

ବାଲେଶ୍ୱର ୧୫।୧୦ : ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା । ବୁଧବାର ଏହି ଦୋକାନରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ୩ ମହଲା ବିଶିଷ୍ଟ ଏହି କସମେଟିକ ଷ୍ଟୋରରେ ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ଯାଇଥିଲା । ଫଳରେ ଦୋକାନରେ ଥିବା କସମେଟିକ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଦାମୀ ଡ୍ରେସ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏସମ୍ପର୍କରେ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ବେଳେ ଏହି କାର୍ଯ୍ୟରେ ୨୫ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ।