ସ୍କୁଲରେ ଦୁଇ ଶିକ୍ଷୟିତ୍ରୀଙ୍କ ମହାଭାରତ: ଦୁଇ ଦିଦି ହାତାହାତି, ମାରପିଟରେ ଫାଟିଲା ମୁହଁ

NEWS7
china-holds-its-first-meeting-with-19-countries-of-the-indian-ocean-region-without-india

ସମ୍ବଲପୁର ୧୭।୦୧ : ଦୁଇ ଶିକ୍ଷକଙ୍କ ମାର୍ପିଟ୍ । ସ୍କୁଲ ପରିସରରେ ରକ୍ତାକ୍ତ ସଂଘର୍ଷ । କୌଣସି ଏକ ବିବାଦକୁ ନେଇ ଦୁଇ ଶିକ୍ଷକଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିବା ଅନୁମାନ କରାଯାଉଛି । ସମ୍ବଲପୁର ବୁର୍ଲା ସ୍ଥିତ କିର୍ବା ୟୁପି ସ୍କୁଲରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, କୌଣସି ଏକ ବିବାଦକୁ ନେଇ ପ୍ରଥମ ଦୁଇ ଶିକ୍ଷୟତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଉଗ୍ରରୂପ ନେଇଥିଲା । ଆଉ ଶିକ୍ଷୟତ୍ରୀଙ୍କ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଯେଉଁଥିରେ ଜଣେ ଶିକ୍ଷୟତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତସ୍ରାବ ହେଉଥିବା ଜଣାପଡିଛି । ଉଭୟଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଜଣ ଶିକ୍ଷୟତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବାର ଦେଖିବାକୁ ମିଳିଛି । ସେପଟେ ଭିଡ଼ିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଇଓ ।