୩ ଲକ୍ଷ ଟପିଲା ରୁପା ରେଟ୍, ସୁନାର ନୂଆ ରେକର୍ଡ : ଜାଣନ୍ତୁ କେତେ ହେଲା ଦାମ୍ ?

NEWS7
china-bound-russian-plane-goes-up-in-flames-moments-after-terrifying-explosion

ମୁମ୍ବାଇ,୯|୦୧ : ସୁନା ବଜାରରେ ଅଚଳାବସ୍ଥା । ରୁପା ବି ବୋଲ ମାନୁନି । ଗତ କିଛି ଦିନ ଧରି ଦାମ୍ କମ୍ ବେଶି ହେଲା ପରେ ସୋମବାର ନୂଆ ରେକର୍ଡ କରିଛି ରୁପା । ସପ୍ତାହର ପ୍ରଥମ କାରବାର ଦିନରେ ରୁପା କେଜି ପିଛାଲକ୍ଷ ଟପିଛି । ଇତିହାସରେ ପ୍ରଥମ ଥର ଏହାଲକ୍ଷ ଅତିକ୍ରମ କରିଛି । ସେହିପରି ସୁନା ମଧ୍ୟ ନୂଆ ରେକର୍ଡ ଛୁଇଁଛି ।

ଅନ୍ ଷ୍ଟପେବଲ୍ ରୁପା

ରୁପା ଦର ତଳକୁ ଖସିବାର ନାଁ ନେଉନି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୋମବାର କାରବାର ଆରମ୍ଭ ହେଉ ହେଉ ରୁପା୧୩୫୫୩ଟଙ୍କା ମହଙ୍ଗା ହୋଇଥିଲା । ଏହାସହ ତିନି ଲକ୍ଷ ଡେଇଁଥିଲା ।କେଜି ସୁନାଲକ୍ଷହଜାର୩୧୫ଟଙ୍କାରେ ପହଁଚିଥିଲା । ଗତ ସପ୍ତାହର ଶେଷ କାରବାର ଦିନରେ ଏହାଲକ୍ଷ୮୭ହଜାର୭୬୨ରେ ବନ୍ଦ ହୋଇଥିଲା ।

ଜାନୁଆରୀରେ ଏବେସୁଦ୍ଧା ୬୫ ହଜାର ମହଙ୍ଗା

୨୦୨୫ରେ ଖୁବ୍ ଚମକିଥିଲାରୁପା୨୦୨୫ରୁ୨୦୨୬ଜାନୁଆରୀ ସୁଦ୍ଧା ରୁପା ଦାମ୍୬୫ହଜାର୬୧୪ଟଙ୍କା ମହଙ୍ଗା ହେଲାଣି । ଡିସେମ୍ବର୩୧ତାରିଖରେ ଏହାଲକ୍ଷ୩୫ହଜାର୭୦୧ଟଙ୍କା ରହିଥିଲା । ଯାହା ଏବେ କେଜି ପିଛାଲକ୍ଷ ଉପରେ ରହିଛି ।

ଗୋଟିଏ ସେକେଣ୍ଡରେ ୨୯୦୦ଟଙ୍କା ମହଙ୍ଗା ସୁନା

ଏମସିଏକ୍ସରେ ରୁପା ସହ ସୁନା ବି କିଛି ସେକେଣ୍ଡରେ ବଢିଯାଇଥିଲା । କାରବାର ଆରମ୍ଭରୁ ଫେବ୍ରୁଆରୀ ମାସର ସୁନାର ଭବିଷ୍ୟତ ଦର୨୯୮୩ଟଙ୍କା ବଢିଯାଇଥିଲା । ବଜାର ଖୋଲୁଖୋଲୁ ହଳଦିଆ ଧାତୁର ଦାମ୍ଲକ୍ଷ୪୫ହଜାର୫୦୦ଟଙ୍କାରେ ଟ୍ରେଣ୍ଡ୍ କରିଥିଲା ।