LIVE TV

ନୂଆପଡ଼ା ଭୋଟ୍ ପୂର୍ବରୁ ବବିଙ୍କ ନାଁରେ ଏତଲା, ବିଜେଡି କହିଲା ଜାଣିଶୁଣି ବିଜେପି ରଚୁଛି ପ୍ଲାନ୍

NEWS7
chin-build-4-village-in-bhutan-border

ଭୁବନେଶ୍ୱର ୦୧/୧୧: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଅଡୁଆ ବଢିବାରେ ଲାଗିଛି । କାରଣ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି । ଜଣେ ବିଜେପି ସମର୍ଥକଙ୍କୁ ବିଜେଡି ନେତାମାନେ ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଏତଲା ଦେଇଛନ୍ତି ଅଭିଯୋଗକାରୀ । ଏନେଇ ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨), ୧୧୫(୨) ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

ସେପଟେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି କହିଛି ନୂଆପଡ଼ାରେ ବିଜେଡିର ସମର୍ଥନ ଦିନକୁ ଦିନ ବଢୁଛି । ଫଳରେ ବିଜେପି ଭୟଭୀତ ହୋଇପଡିଛି । ତେଣୁ ସେମାନେ ଜାଣିଶୁଣି ବିଜେଡିକୁ ହଇରାଣ କରିବାକୁ ଲାଗିଛନ୍ତି । ଆକ୍ରୋଶ ମୂଳକ ଭାବରେ ପ୍ରୀତି ରଞ୍ଜନ ଘଡାଈଙ୍କ ଘରେ ରେଡ଼ କରାଗଲା । ଆଉ ବବି ଦାସଙ୍କ ନାଁରେ କେସ କରାଯାଇଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହାର ଜବାବ ଆସନ୍ତା ନୂଆପଡ଼ା ଉପନିର୍ବାଚନରେ ସାଧାରଣ ଲୋକ ଦେବେ।