ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ପରାଜିତ ହେବେ, ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ କାରବାରରେ ସଫଳତା ମିଳିବ

NEWS7
childrens-festival-mahak-inaugurated-in-bhadrak

ମେଷ - ଆସନ୍ତକାଲି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବା ଯୋଗୁଁ ଆପଣଙ୍କୁ ନିଜର କର୍ମେ ଆନନ୍ଦ ମିଳିବ। ସପ୍ତମ ଚନ୍ଦ୍ର ହେତୁ ବ୍ୟବସାୟରେ ଅଂଶୀଦାରଙ୍କଠାରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ। ନୂତନ ବନ୍ଧୁତା ସ୍ଥାପନ ପାଇଁ ଆଜି ଦିନଟି ବହୁତ ଭଲ ଅଟେ।

ବୃଷ - କୌଣସି ଦୂର ସମ୍ପର୍କୀୟଙ୍କଠାରୁ ରବିବାର ଆପଣଙ୍କୁ ଏକ ଶୁଭ ସମ୍ବାଦ ପ୍ରାପ୍ତି ହେବ। ଷଷ୍ଠ ଚନ୍ଦ୍ର ପ୍ରଭାବରେ ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିବ। ଶତ୍ରୁମାନେ ଆପଣଙ୍କ ସମ୍ମୁଖରେ ପରାଜିତ ହେବେ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ କାରବାରରେ ସଫଳତା ମିଳିବା ସହ ଋଣମୁକ୍ତିର ଯୋଗ ରହିଛି।

ମିଥୁନ - ସମାଜରେ ଆପଣଙ୍କର ଦକ୍ଷତା ପାଇଁ ଚତୁର୍ଦ୍ଦିଗରେ ସମ୍ମାନ ବୃଦ୍ଧି ହେବ। ପଞ୍ଚମ ଚନ୍ଦ୍ର ଯୋଗୁଁ ସନ୍ତାନମାନଙ୍କ ସଫଳତା ଦେଖି ଆପଣ ଗର୍ବ ଅନୁଭବ କରିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ଭଲ ପ୍ରଦର୍ଶନ କରିବେ ଏବଂ ନୂତନ କୌଶଳ ଶିଖିବେ। ଆକସ୍ମିକ ଭାବେ କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିପାରେ।

କର୍କଟ - ବିନା କୌଣସି କାରଣରେ ଦୂର ସ୍ଥାନକୁ ଯାତ୍ରା କରି ବୃଥା ଭ୍ରମଣ ଯୋଗୁଁ ଆପଣ କ୍ଲାନ୍ତି ଅନୁଭବ କରିପାରନ୍ତି। ଚତୁର୍ଥ ଚନ୍ଦ୍ର ହେତୁ ପାରିବାରିକ ସମସ୍ୟା ମନକୁ କିଛିଟା ଅଶାନ୍ତ କରିପାରେ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ ଏବଂ କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ। ମା'ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଅନ୍ତୁ।

ସିଂହ - ଅନେକ ଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହେବ। ତୃତୀୟ ଚନ୍ଦ୍ର ଯୋଗୁଁ ଭାଇ ଓ ବନ୍ଧୁଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ସାହସ ଓ ପରାକ୍ରମ ବୃଦ୍ଧି ପାଇବ, ଯାହା ଫଳରେ କଠିନ କାର୍ଯ୍ୟ ସମ୍ଭବ ହେବ। ଆଜି ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିବା ପାଇଁ ଶୁଭ ସମୟ ରହିଛି।

କନ୍ୟା - ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବା ସହ ମନରେ ଏକ ପ୍ରକାର ପ୍ରସନ୍ନତା ବଜାୟ ରହିବ। ଦ୍ୱିତୀୟ ଚନ୍ଦ୍ର ହେତୁ ବାଣୀରେ ମଧୁରତା ଆସିବ ଏବଂ ଆପଣ ଅନ୍ୟମାନଙ୍କୁ ନିଜ କଥାରେ ପ୍ରଭାବିତ କରିବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଚର୍ଚ୍ଚା ହେବ। ସୁସ୍ୱାଦୁ ଭୋଜନ ପ୍ରାପ୍ତିର ଯୋଗ ରହିଛି।

ତୁଳା - ଶ୍ରୀ ଚନ୍ଦ୍ର ପ୍ରଭାବରେ ଆପଣଙ୍କୁ ବ୍ୟବସାୟ ଓ କର୍ମକ୍ଷେତ୍ରରେ ପ୍ରଚୁର ଆୟଲାଭ ହେବାର ସୁଯୋଗ ମିଳିବ। ମାନସିକ ସ୍ତରରେ ଉତ୍ସାହ ବଢିବ ଏବଂ ଆପଣ ସବୁ କାର୍ଯ୍ୟ ନିଷ୍ଠାର ସହ କରିବେ। ଶାରୀରିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ନୂତନ ବସ୍ତ୍ର କ୍ରୟ କରିପାରନ୍ତି। ସମାଜରେ ଆପଣଙ୍କର ପ୍ରତିଷ୍ଠା ଓ ଲୋକପ୍ରିୟତା ବୃଦ୍ଧି ପାଇବ।

ବିଛା - କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ନ ରଖିଲେ ଆଜି ଆପଣଙ୍କୁ ଅନ୍ୟମାନଙ୍କଠାରୁ ଅପମାନ ଯୋଗ ରହିଛି। ଦ୍ୱାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚ ବୃଦ୍ଧି ପାଇବା ସହ କୋର୍ଟ କଚେରୀ ମାମଲାରେ ବାଧା ଉପୁଜିପାରେ। ମନରେ ଅସ୍ଥିରତା ଦେଖାଦେଇପାରେ ଏବଂ କିଛି କାର୍ଯ୍ୟ ବିଳମ୍ବ ହୋଇପାରେ। ସତର୍କ ରୁହନ୍ତୁ ଏବଂ କାହାରି ଗୁପ୍ତ କଥା ପ୍ରକାଶ କରନ୍ତୁ ନାହିଁ।

ଧନୁ - ରବିବାର ଆପଣଙ୍କୁ ବିଶ୍ୱସ୍ତ ସୂତ୍ରରୁ କୌଣସି ନୂତନ ବନ୍ଧୁପ୍ରାପ୍ତି ହେବ ଯିଏ ଭବିଷ୍ୟତରେ ଆପଣଙ୍କୁ ସାହାଯ୍ୟ କରିବେ। ଏକାଦଶ ଚନ୍ଦ୍ର ଯୋଗୁଁ ଆୟର ନୂଆ ଉତ୍ସ ଖୋଲିବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ। ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ଓ ସହଯୋଗ ମିଳିବ। ଦୂର ଯାତ୍ରାରୁ ଲାଭ ମିଳିବାର ସୁଯୋଗ ରହିଛି।

ମକର - କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ବ୍ୟବସାୟରେ ବଡ଼ ଚୁକ୍ତି ମାଧ୍ୟମରେ ପ୍ରଚୁର ଧନାଲାଭ ହେବ। ଦଶମ ଚନ୍ଦ୍ର ପ୍ରଭାବରେ ପିତାଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସରକାରୀ ସ୍ତରରୁ ସାହାଯ୍ୟ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଅଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବେକାରୀମାନଙ୍କୁ ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ଅଛି।

କୁମ୍ଭ - ଆପଣ ମନ୍ଦିର ଦର୍ଶନ କିମ୍ବା ପୁଣ୍ୟ କାର୍ଯ୍ୟରେ ମନ ନିବେଶ କରି ଧର୍ମ କର୍ମ ସମ୍ପାଦନ କରିବେ। ନବମ ଚନ୍ଦ୍ର ପ୍ରଭାବରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ଦୂର ଯାତ୍ରା ଆଜି ସୁଖମୟ ଏବଂ ଫଳପ୍ରଦ ହେବ। ଗୁରୁଜନଙ୍କ ପରାମର୍ଶ ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ଖୋଲିବ।

ମୀନ - ଅସାବଧାନତା ଯୋଗୁଁ ଆଜି ଦୁର୍ଘଟଣା କିମ୍ବା ଅସୁସ୍ଥତା କାରଣରୁ ସ୍ୱାସ୍ଥ୍ୟହାନି ଘଟିବାର ସମ୍ଭାବନା ରହିଛି। ଅଷ୍ଟମ ଚନ୍ଦ୍ର ହେତୁ ସବୁ କାର୍ଯ୍ୟରେ ବାଧାବିଘ୍ନ ଆସିପାରେ ଏବଂ ମାନସିକ ଚାପ ବଢିବ। କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ କିମ୍ବା କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଶରୀରରେ ଆଳସ୍ୟ ଦେଖାଦେଇପାରେ, ତେଣୁ ନିଜର ଯତ୍ନ ନିଅନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682