ଘରେ ଖେଳୁଥିବା ବେଳେ ଅଘଟଣ, ଗରମ ଡ଼ାଲି ପାଣି ପଡ଼ି ଶିଶୁ ଆହତ

Published By : Prameya-News7 Bureau | August 09, 2025 IST

ନୂଆପଡା ୯।୮: ଖେଳୁ ଖେଳୁ ଅଘଟଣ । ମା’ ଦେଖି ପାରିଲାନି ବୋଲି ଦେହରେ ପଡିଗଲା ଗରମ ଡାଲି ପାଣି । ଯେଉଁଥିରେ ଏକ ଦେଢ଼ ବର୍ଷର ଶିଶୁ ଗୁରୁତର ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମାନିଗୁଡା ଗ୍ରାମର । ଗୁରୁତର ଶିଶୁ କୃପାସିନ୍ଧୁ ଠାକୁରଙ୍କ ପୁଅ ପୁରବ ସିଂ ଠାକୁର ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ସକାଳୁ ଚୁଲିରେ ଡାଲି ବସେଇ କିଛି ଆଣିବା ପାଇଁ ଭିତରକୁ ଯାଇଥିଲେ ମା’ । ନିକଟରେ ଖେଳୁଥିବା ନାବାଳକ ଶିଶୁଟି ଡାଲି ବସିଥିବା ଡେକଚିକୁ ହାତ ମାରି ଦେଇଥିଲା । ଡେକଚିଟି ପଡ଼ିଯିବାରୁ ସମସ୍ତ ଗରମ ଡାଲି ପାଣି ଶିଶୁର ଦେହରେ ପଡି ଯାଇଥିଲା । ଶିଶୁଟି ଚିତ୍କାର କରିବା ଶୁଣି ମା’ ଧାଇଁ ଆସି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ଢାଳି ଦେଇ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି ।

You Can Read:

ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.