କ୍ଲାଉଡଫ୍ଲେୟାରରେ ପୁଣି ସମସ୍ୟା, ଠପ୍ ହେଲା ଏକାଧିକ ଓ୍ବେବସାଇଟ୍

NEWS7
chief-secretary-request-for-called-off-strike

ନୂଆଦିଲ୍ଲୀ: କ୍ଲାଉଡଫ୍ଲେୟାର ସେବାରେ ପୁଣି ବ୍ୟାଘାତ। ପ୍ରଭାବିତ ହେଲା ଅନେକ ଓ୍ବେବସାଇଟ। ଶୁକ୍ରବାର କଣ୍ଟେଣ୍ଟ ସର୍ଭିସ ପ୍ରୋଭାଇଡର କ୍ଲାଉଡଫ୍ଲେୟାର (Cloudflare)ରେ ସମସ୍ୟା ଯୋଗୁ ଅନେକ ଓ୍ବେବସାଇଟ ପ୍ରଭାବିତ ହୋଇଛି। ୟୁଜର୍ସ ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ରିପୋର୍ଟ କରୁଛନ୍ତି। ଏହାର ପ୍ରଭାବ କାନଭା (Canva) ଏବଂ ଡାଉନଡିଟେକ୍ଟର (Downdetector) ଭଳି ଅନେକ ଓ୍ବେବସାଇଟ ଉପରେ ପଡ଼ିଛି। ଫଳରେ ଅନେକ ୟୁଜର୍ସଙ୍କ ଜରୁରୀ କାମ ଅଟକିଛି।ଗ୍ରୋ ଏବଂ ଜିରୋଧା ଭଳି ଟ୍ରେଡିଂ ପ୍ଲାଟଫର୍ମ ମଧ୍ୟ ଏହି ଆଉଟେଜ୍ ଯୋଗୁ ପ୍ରଭାବିତ ହୋଇଛନ୍ତି। ଏହା ବାଦ କିଛି ଗ୍ରାହକ ଅନଲାଇନ ପେମେଣ୍ଟରେ ଅସୁବିଧା ଭୋଗୁଥିବା ମଧ୍ୟ ରିପୋର୍ଟ କରିଛନ୍ତି।

ଏସବୁ ଭିତରେ କ୍ଲାଉଡଫ୍ଲେୟାର ପକ୍ଷରୁ ଏହି ପୂରା ଘଟଣାର ଯାଞ୍ଚ ଚାଲିଥିବା ହାଯାଇଛି ଏବଂ ଏହାର ଡ୍ୟାସବୋର୍ଡ ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ (APIs)କୁ ଠିକ୍ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଇଛି। କମ୍ପାନି ଏହାର ଷ୍ଟାଟସ ପେଜରେ କହିଛି ଯେ, ଗ୍ରାହକଙ୍କ ଡ୍ୟାସବୋର୍ଡ ଏବଂ କ୍ଲାଉଡଫ୍ଲେୟାର ଓ୍ବେବସାଇଟରେ ଆସୁଥିବା ଏରର୍କୁ ଠିକ୍ କରାଯାଉଛି।

ସୂଚନାଥାଉକି, କ୍ଲାଉଡଫ୍ଲେୟାର ସେବା ବ୍ୟାଘାତ ହେବା, ୧ ମାସରେ ଦ୍ବିତୀୟ ଥର। ଏହା ପୂର୍ବରୁ ଗତ ମାସରେ ହଠାତ୍ ଅନେକ ଓ୍ବେବସାଇଟ ଠପ୍ ହୋଇଯାଇଥିଲା। କ୍ଲାଉଡଫ୍ଲେୟାରର ସର୍ଭରରେ ଆସିଥିବା ଅସୁବିଧା କାରଣରୁ ଏହି ସମସ୍ୟା ହୋଇଥିଲା। କ୍ଲାଉଡଫ୍ଲେୟାର ଅନେକ ଓ୍ବେବସାଇଟର କଣ୍ଟେଣ୍ଟ ହୋଷ୍ଟ କରିଥାଏ ଆଉ ଏହି କାରଣରୁ ଏହାର ସର୍ଭରରେ ଅସୁବିଧା ହେବା ଯୋଗୁ ଅନେକ ଓ୍ବେବସାଇଟ ଏବଂ ସେବା ପ୍ରଭାବିତ ହେଉଛି।